Tuesday , October 26 2021
Breaking News
Home / ବିଶେଷ / ଭିଡ଼ିଓ ବାର୍ତା ଜରିଆରେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭିଡ଼ିଓ ବାର୍ତା ଜରିଆରେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ସ୍ନେହ ଏବଂ ସଦିଚ୍ଛାର ଅନନ୍ୟ ପରମ୍ପରା ନୂଆଁଖାଇ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭିଡ଼ିଓ ବାର୍ତା ଜରିଆରେ ‘ନୂଆଁଖାଇ’ର ଅଭିନନ୍ଦନ ଜଣାଇଛନ୍ତି । ପଶ୍ଚିମ ଓଡିଶାର ଆରଧ୍ୟା ଦେବୀ ମାଁ ସମଲେଇଙ୍କ ଆଶୀର୍ବାଦରେ ମହାନ ପର୍ବ ‘ନୂଆଁଖାଇ’ ସମସ୍ତଙ୍କ ଜୀବନରେ ଓ ପରିବାରରେ ଖୁସି, ଆନନ୍ଦ ଓ ଉଲ୍ଲାସ ଆଣିଦେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ଚାଷଭିତିକ ଏକ ସାମାଜିକ ତଥା ସାଂସ୍କୃତିକ ଗଣପର୍ବ । ଇଷ୍ଟଦେବାଦେବୀ, ମାଁ-ମାଟିକୁ କୃତଜ୍ଞତା ଏବଂ ପରିବାରରେ ସ୍ନେହ, ସଦିଚ୍ଛା ଏବଂ ସମ୍ମାନ ଆଦାନ ପ୍ରଦାନ ସହ ଜୀବନକୁ ସୁଖମୟ କରିବାର ଏକ ମହାନ ଏବଂ ଅନନ୍ୟ ପରମ୍ପରା ହେଉଛି ନୂଆଁଖାଇ । ଚାଷଜମିରେ ନୂଆ ଶସ୍ୟକୁ ଦେଖି ଉଲ୍ଲସିତ ହେବା ଏବଂ ନୂଆ ଶସ୍ୟକୁ ପୂଜାର୍ଚ୍ଚନା କରି ଭଗବାନଙ୍କୁ ଅର୍ପଣ କରିବା ପରେ ମାଁ ମାଟିକୁ କୃତଜ୍ଞତା ଜଣାଇବାର ଅନନ୍ୟ ପର୍ବ ହେଉଛି ନୂଆଁଖାଇ ।
ପରିବାର ଏବଂ ବନ୍ଧୁବାନ୍ଧବ ମାନଙ୍କ ସହ ମିଶି ଖାଇବା ଓ ପରେ ନିଜ ପରିବାର ଏବଂ ସମାଜର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରି ଜୁହାର କରିବା – ନୂଆଁଖାଇର ବିଶିଷ୍ଟ ପରମ୍ପରା । ଏହି ପର୍ବର ମହତ୍ ଉଦ୍ଧେଶ୍ୟ ହେଉଛି ନିଜ ପରିବାରରେ ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦେଇ ପାରିବାରିକ ଓ ସାମାଜିକ ସମ୍ବନ୍ଧକୁ ସୁଦୃଢ କରିବା ।
ବୈଶ୍ୱିକ ମହାମାରୀ ଯୋଗୁଁ ପଶ୍ଚିମ ଓଡ଼ିଶାର ଲୋକମାନେ ପରସ୍ପର ଭେଟ ନ ହୋଇ ମଧ୍ୟ ନୂଆଁଖାଇର ଭାବ, ପ୍ରୀତି, ଶ୍ରଦ୍ଧା ଅତୁଟ ରଖିଛନ୍ତି । ବର୍ତମାନ କରୋନା ମହାମାରୀର ସଂକଟ ଯାଇନାହିଁ । ତେଣୁ ଆମକୁ ପୂର୍ବଭଳି ସତର୍କ ରହିବାକୁ ପଡ଼ିବ । ନିଜେ ଟିକା ନେବା ସହ ଅନ୍ୟମାନଙ୍କୁ ଟିକା ନେବା ଏବଂ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେବା ନେଇ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *