Tuesday , June 6 2023
Breaking News
Home / ବିଶେଷ / ବିଦ୍ୟୁତ୍ ତାର ଲାଗି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ :ପ୍ରତିବାଦରେ ରାସ୍ତା ରୋକ – କ୍ଷତି ପୂରଣ ପରେ ରାସ୍ତା ରୋକ ହଟିଲା

ବିଦ୍ୟୁତ୍ ତାର ଲାଗି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ :ପ୍ରତିବାଦରେ ରାସ୍ତା ରୋକ – କ୍ଷତି ପୂରଣ ପରେ ରାସ୍ତା ରୋକ ହଟିଲା

ବାଲିଗୁଡା,୧୧ /୦୯ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ଗ୍ରାମ ନିକଟରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ମୃତ ବ୍ୟକ୍ତି ର କ୍ଷତିପୂରଣ ଦାବି ରେ ୫୯ ନଂ.ଜାତୀୟ ରାଜପଥ କୁ ଗୁମାପଦର ଛକରେ ଅବରୋଧ କରିଥିଲେ । ଘଟଣାରୁ ପ୍ରକାଶ ଯେ ମହାସିଙ୍ଗ ଗ୍ରାମପଞ୍ଚାୟତ ର ଆଡମକୁପା ଗ୍ରାମର ଉଦ୍ଧବ ବିନ୍ଧାଣି (୫୫) ଗଛ କାଟିବା ପାଇଁ ଗଛ ଉପରକୁ କୁ ଯାଇ ଗଛ କାଟୁଥିଲେ । ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଖବର ସ୍ଥାନୀୟ ଲୋକେ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ । ଏହା ପରେ ପରିବାର ସମ୍ପକୀୟ ଏବଂ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଶବକୁ ଜାତୀୟ ରାଜପଥ ଉପରେ ରଖି କ୍ଷତିପୂରଣ ଦାବିରେ ଚାରି ଘଣ୍ଟା ରୁ ଉର୍ଦ୍ଧ ସମୟ ଅବରୋଧ କରିଥିଲେ । ଏହାପରେ ବାଲିଗୁଡା ପୋଲିସ ଏଏସଆଇ ରବୀନ୍ଦ୍ର ମୁଣ୍ଡାରୀ ସହକର୍ମୀ ଏବଂ ଅତିରିକ୍ତ ଜିଲ୍ଲା ପାଳ ହଳଧର ନାୟକ କ. ନୂଆଗାଁ ବ୍ଲକ ର କର୍ମଚାରୀ ପ୍ରମୁଖ ରାସ୍ତା ରୋକ ସ୍ଥାନରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ କ୍ଷତି ପୂରଣ ବାବଦରେ ମୁଖମନ୍ତ୍ରୀ ରିଲିଫ ଫଣ୍ଡ ରୁ ୩୦ ହଜାର ଟଙ୍କା ଏବଂ ରେଡ଼କ୍ରସ ଫଣ୍ଡ ରୁ ୨୦ ହଜାର ଟଙ୍କା ମୃତ୍ୟୁ ବ୍ୟକ୍ତି ର ପରିବାର ଙ୍କୁ ଦେବାପରେ ସରକାର ନିୟମ ଅନୁଯାୟୀ ଅନ୍ୟ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି କହିବା ପରେ ରାସ୍ତା ରୋକ ହଟିଥିଲ ଏବଂ ଶବକୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଶବ ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ବାଲିଗୁଡା ଥାନା କେଶ ନଂ. ୧୪/୨୧ରେ ଏକ ମାମଲା ୠଜୁକରି ତଦନ୍ତ କରାଯାଉଛି ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ଏହି ବାବଦରେ ବିଦ୍ୟୁତ ବିଭଗର ସହକାରୀ ଯନ୍ତ୍ରୀ ହରିହର ଦତ୍ତ କହିଛନ୍ତି ଯେ ଆମ ବିନାନୁମତିରେ ଗଛ କାଟିବାକୁ ଯାଇଥିଲେ । ଗଛ କାଟିବା ସମୟରେ ବିଦ୍ୟୁତ ତାର ଲାଗି ଏହିଭଳି ପରିସ୍ଥିତି ହୋଇଛି ବୋଲି କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.