Tuesday , September 28 2021
Breaking News
Home / ତାଜା ଖବର / ବାହାଦୂରଙ୍କୁ ଭୁଜାଲୀରେ ଗୋଡାଇ ଗୋଡାଇ ହାଣିଲା ଜୁବୁଲା

ବାହାଦୂରଙ୍କୁ ଭୁଜାଲୀରେ ଗୋଡାଇ ଗୋଡାଇ ହାଣିଲା ଜୁବୁଲା

କେନ୍ଦ୍ରାପଡ଼ା, ୧୧/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳର ଜନୈକ ଅପରାଧୀ ଜୁବୁଲା ଓରଫ ସାଗର ମହାନ୍ତି କାକଟ ଗ୍ରାମରେ ରହୁଥିବା ଜଣେ ରାତ୍ର ଜଗୁଆଳୀ ଭୀମ ରାଓ ବାହାଦୂରଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ଭୂଜାଲିରେ ହାଣି ତାଙ୍କୁ ଗୁରୁତର କରିଛନ୍ତି । ଏଥିରେ ରାତ୍ର ଜଗୁଆଳୀ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ସୂଚନା ଅନୁଯାଇ ରାତ୍ର ଜଗୁଆଳୀ ଜଣଙ୍କ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକରୁ କାକଟ ଛକ ପର୍ଯ୍ୟନ୍ତ ରାତିରେ ଜଗୁଆଳି ଭାବେ କାର୍ଯ୍ୟ କରନ୍ତି । ଲୋକମାନେ ଶୋଇଗଲା ପରେ ସେ ରାସ୍ତାରେ ହୁଇସିଲ ମାରି ପହରା ଦିଅନ୍ତି । ସ୍ଥାନୀୟ ବାସିନ୍ଦା ଓ ଦୋକାନୀମାନେ ଯାହା କିଛି ଦିଅନ୍ତି ସେଥିରେ ସେ ପରିବାର ପ୍ରତିପୋଷଣ କରିଥାନ୍ତି । ଶନିବାର ସନ୍ଧ୍ୟାରେ ସେ ମହିପାଳ ପେଟ୍ରାଲ ଟାଙ୍କି ନିକଟରେ ଛିଡା ହୋଇଥିବା ବେଳେ ତାଙ୍କୁ ଜୁବୁଲା ଟଙ୍କା ମାଗିଥିଲା । ସେ ଟଙ୍କା ଦେବାକୁ ଅସମର୍ଥ ବୋଲି କହିବାରୁ ଏଥିରେ ଉତ୍ୟକ୍ତ ହୋଇ ଜୁବୁଲା ଭୀମ ରାଓଙ୍କୁ ଏକ ଭୁଜାଲୀରେ ମରଣାନ୍ତଙ୍କ ଆକ୍ରମଣ କରିଥିଲା । ସେ ଜୀବନ ବିକଳରେ ଦୌଡୁଥିବା ବେଳେ ଜୁବୁଲା ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀଙ୍କ ବୟାନରୁ ଜଣାପଡିଛି । ଜୁବୁଲା ନାମରେ ଟାଉନ୍ ଥାନାରେ ଏକାଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ତାଜା ସୂଚନା : ସାଲେପୁରବ୍ଲକ  ସାତବାଟିଆ  ମହାନଦୀ ପଠା ରେ ଲାଗିଛି  ହାତୀରମୃତ ଦେହ 

ସାଲେପୁର, ୨୬/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ର ମୁଣ୍ଡୁଳି  ଠାରେ  ମହାନଦୀ ପାଣି ରେ ଫସି ରହିଥିବା …

Leave a Reply

Your email address will not be published. Required fields are marked *