Monday , December 6 2021
Breaking News
Home / ବିଶେଷ / ବହୁ ଚର୍ଚିତ ଟ୍ରକ ଡ୍ରାଇଭର ହତ୍ୟା ଘଟଣାର ପର୍ଦାଫାଶ -୪ ଗିରଫ

ବହୁ ଚର୍ଚିତ ଟ୍ରକ ଡ୍ରାଇଭର ହତ୍ୟା ଘଟଣାର ପର୍ଦାଫାଶ -୪ ଗିରଫ

ରାଇରଙ୍ଗପୁର, ୧୧/୦୯/୨୦୨୧(ଓଡ଼ିଶା ସମାଚାର)- ମୟୂରଭଂଜ ଜିଲ୍ଲାର ବିଶୋ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ଧାଙ୍ଗିଡିମୁଥା ଛକରେ ଗତ ଅଗଷ୍ଟ ୧୫ ମଧ୍ୟ ରାତିରେ ଅଜଣା ଦୁର୍ବୃତ ଆକ୍ରମଣ କରି ଜଣେ ଟ୍ରକ ଡ୍ରାଇଭରକୁ ହତ୍ୟା କରିବା ଘଟଣାର ୪ ଅପରାଧୀଙ୍କୁ ବିଶୋଇ ଥାନା ପୋଲିସ ଗିରଫ କରିଥିବା ନେଇ ରାଇରଙ୍ଗପୁରରେ ଏକ ଖବରଦାତା ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ ଅଗଷ୍ଟ୧୫ ରାତି୨/୩ ଟା ପାଖାପାଖି ସମୟରେ କିଛି ଦୁର୍ବୃତ ଜାତୀୟ ରାଜପଥରେ ଯୋଜନାବଦ୍ଧ ଭାେ ବଡ ଲୁହା କଂଟା ପୋତିଥିଲେ । ଏହି ସମୟରେ ନାଗପୁର ଅଂଚଳରୁ କୋଲକତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ (ଏନ ଏଲ-୨କ୍ୟୁ ୯୩୭୫)ଯାଉଥିବ ସମୟରେ କଂଟାରେ ଚକ ପଶି ପଙ୍କଚର ହୋଇଥିଲା । ଟ୍ରକ ଡ୍ରାଇଭର ଗାଡି ଅଟକାଇ ମରାମତି କରୁଥିବା ସମୟରେ ହଠାତ ଦୁର୍ବୃତମାନେ ମାରାଣସ୍ତ୍ର ଧରିି ଟ୍ରକ ଚାଳକ ମଂଟୁ(୨୩)କୁ ଆକ୍ରମଣ କରି ହତ୍ୟା କରି ଏକ ବିଲ ମଧ୍ୟକୁ ଫୋପାଡି ଦେଇଥିଲେ । ଡ୍ରାଇଭରକୁ ଆକ୍ରମଣ କରାଯାଉଥିବା ଦେଖି ହେଲପର ସାନ୍ତାରାମ ପ୍ରାଣବିକଳରେ ଖସି ପଳାଇ ଲୁଚି ଯାଇଥଲା । ଦୁର୍ବୃତମାନେ ଟଙ୍କା, ଗାଡିରୁ ସମାନ ପତ୍ର ଲୁଟି ନେଇଥିଲେ । ଘଟଣାକୁ ନେଇ ହେଲପର ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଏକ ମାମଲା ନଂ ୧୦୪/୨୧ ରେ ରୁଜୁ ହୋଇଥିଲା । ବିଶୋଇ ଥାନାଧିକାରୀ ଫନିନ୍ଦ୍ର ଭୂଷଣ ନାଏକ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିବା ସହ ଏଥିରେ ସାମିଲ ଥିବା ଜଣେ ନାବାଳକକୁ ଅଟକ ରଖି ବାରିପଦା ସୁଧାର ଗୃହକୁ ପଠାଇଛନ୍ତି । ଏହି ଦୁର୍ବୃତ ମାନଙ୍କଠାରୁ ୨ଟି ହୋଣ୍ଡା ଗାଡି,୨ଟି ଟେପ ରେକର୍ଡର,୩ଟି ମୋବାଇଲ,ହତ୍ୟାରେ ବ୍ୟବହୃତ ଲାଠି,ଲୁହାକଂଟା ଏବଂ ଅନ୍ୟ ସାମଗ୍ରୀ ଜବତ କରିଛି ।ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି , ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଗଣମାଧ୍ୟମ ସମ୍ମିଳନୀରେ ଏସଡିପିଓ ରତିକାନ୍ତ ଗିରି କହିଥିଲେ । ଖୁବ କମ ସମୟରେ ବହୁ ଚର୍ଚିତ ଟ୍ରକ ଡ୍ରାଇଭର ହତ୍ୟା ଘଟଣାର ପର୍ଦାଫାଶ ହୋଇଥିବାରୁ ବିଶୋଇ ଥାନାଧିକାରୀ ଫନିନ୍ଦ୍ର ନାଏକଙ୍କୁ ଅଂଚଳବାସୀ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *