Tuesday , May 30 2023
Breaking News
Home / ବିଶେଷ / ବନ୍ଦ ଘର ମଧ୍ୟରୁ ଅବସର ପ୍ରାପ୍ତ ପୁଲିସ କର୍ମଚାରୀ ଙ୍କ ଗଳିତ ମୃତଦେହ ଉଦ୍ଧାର

ବନ୍ଦ ଘର ମଧ୍ୟରୁ ଅବସର ପ୍ରାପ୍ତ ପୁଲିସ କର୍ମଚାରୀ ଙ୍କ ଗଳିତ ମୃତଦେହ ଉଦ୍ଧାର

ସାଲେପୁର , ୧୧/୦୯/୨୦୨୧ (ଓଡିଶା ସମାଚାର / ଅଭୟ ଜେନା )- ସ୍ଥାନୀୟ ଉତ୍ତର ଵଟେଶ୍ୱର ଗ୍ରାମ ରେ ଥିବା ଏକ କୋଠା ଘରୁ ଏକ ଗଳିତ ମୃତ ଦେହ କୁ ଶୁକ୍ରବାର ଉଦ୍ଧାର କରିଛି ସାଲେପୁର ପୋଲିସ । ଘଟଣା ରୁ ପ୍ରକାଶ ଯେ ଦୀର୍ଘ ବର୍ଷ ହେଵ କେନ୍ଦ୍ରୀୟ ରିଜର୍ଭ ପୋଲିସ ରୁ ଅବସର ପରେ ପ୍ରଦିପ୍ତ ମିଶ୍ର ନାମକ ଵ୍ୟକ୍ତି ଏହିଠାରେ ନିଜେ ଘର କରି ରହୁଥିଲେ । ପାରିବାରିକ ଅଶାନ୍ତି କାରଣରୁ ନିଜ ପତ୍ନୀ ଓ ଦୁଇପୁଅ ଅନ୍ୟତ୍ର ରହୁଥିବାବେଳେ ଅଧିକାଂଶ ସମୟ ନିଶାଶକ୍ତ ଅବସ୍ଥାରେ ମିଶ୍ର ରୁହନ୍ତି ବୋଲି ଜଣାଯାଏ । ତେବେ ଏହି ଘର ପାଖରୁ ପଚା ଦୁର୍ଗନ୍ଧ ବାହାରୁଥିବା ଜାଣି ପଡିଶାଲୋକ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଏବଂ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତି ରେ ଘର ଖୋଲିବାରୁ ପ୍ରଦିପ୍ତ ଙ୍କ ପଚା ମୃତଦେହ ଦେଖିବାକୁ ମିଳି ଥିଲା । ସାଲେପୁର ଥାନା ପୋଲିସ ଘଟଣା ର ତଦନ୍ତ କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.