କୁଜଙ୍ଗ, ୧୧/୦୯/୨୦୨୧(ଓଡ଼ିଶା ସମାଚାର)- କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଂଚାୟତର ମନ୍ତ୍ରୀ ପାଟଣା ଗ୍ରାମରେ କୁଜଙ୍ଗ ବ୍ଲକ ସ୍ତରୀୟ ଏକ ବିଜେଡ଼ି ପ୍ରତିନିଧି ଦଳ ପହଁଚି ମୃତ ଦୁଷ୍ମନ୍ତ ପରିବାରକୁ ଶାନ୍ତ୍ୱନା ପ୍ରଦାନ କରିବା ସଂଗେ ସଂଗେ ପାରାଦିପ ବିଧାୟକ ସମ୍ବିତ ରାଉତରାୟଙ୍କ ନିର୍ଦ୍ଧେଶ ମୁତାବକ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଚୁଡା, ଚାଉଳ, ଡାଲି ପନିପରିବା ଓ ଶୁଖିଲା ଖାଦ୍ୟ ପ୍ରଭୃତି ୯ଦିନ ପାଇଁ ବିଧାୟକ ପ୍ରତିସଶୃତି ରକ୍ଷାକରି ପ୍ରଦାନ କରିଛନ୍ତି । କୁଜଙ୍ଗ ବ୍ଳକ ସାଂସଦ ପ୍ରତିନିଧିକ ସୁଢଳ ସ୍ୱାଇଁ, ବିଧାୟକ ପ୍ରତିନିଧି ନିରଂଜନ ପ୍ରଧାନ, ବ୍ଲକ ଉପଧ୍ୟକ୍ଷା ତଥା ବ୍ଲକ ବିଜୁ ମହିଳା ସଭାନେତ୍ରୀ ପୁଷ୍ପଲତା ବେହେରା, ରିନାରାଣୀ ସାହୁ, ଯୁବନେତା ପ୍ରକାଶ ବେହେରା, ଅରୁପ୍ରସାଦ ମହାନ୍ତି, ବ୍ଲକ ବିଜୁ ବିଜେଡି ସଭାପତି ମାନଭଞ୍ଜନ ମଲ୍ଳ, ବ୍ଲକ ଛାତ୍ର ବିଜେଡି ସଭାପତି ମହେଶ୍ୱର ଦାସ, ଟୁକୁନା ହାତୀ, ଅରୁଣ ବେହେରା, ପ୍ରଶନ୍ନ ସାହୁ, ନିକୁଞ୍ଜ ଚୌଧୁରୀ, ସନ୍ତୋଷ ଦାସ ପ୍ରମୁଖ ଏହି ରାସନ ସାମଗ୍ରୀ ସ୍ୱର୍ଗତ ଦୁଷ୍ମନ୍ତଙ୍କ ମା ବାସନ୍ତି ଦାସ ଓ ପିତା ଦାସରଥି ଦାସଙ୍କୁ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର
