Tuesday , September 28 2021
Breaking News
Home / କ୍ରୀଡ଼ା / ପାରାଦୀପ ବନ୍ଦର ସ୍ପୋର୍ଟ୍ସ କାଉନସିଲ୍ ପକ୍ଷରୁ କ୍ରୀଡାଶିକ୍ଷା ନବୀସ ଚୟନ ପ୍ରକ୍ରିୟା ସମାପ୍ତ

ପାରାଦୀପ ବନ୍ଦର ସ୍ପୋର୍ଟ୍ସ କାଉନସିଲ୍ ପକ୍ଷରୁ କ୍ରୀଡାଶିକ୍ଷା ନବୀସ ଚୟନ ପ୍ରକ୍ରିୟା ସମାପ୍ତ

ପାରାଦୀପ ୧୧/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ସ୍ପୋର୍ଟ୍ସ କାଉନସିଲ୍ ପକ୍ଷ ରୁ ଆରମ୍ଭ ହୋଇଥିବା କ୍ରୀଡାଶିକ୍ଷା ନବୀସ ଚୟନ ପ୍ରକ୍ରିୟା ସମାପ୍ତ ହୋଇଛି । ଭଲିବଲ୍, କ୍ରିକେଟ୍, ଫୁଟବଲ୍ ଓ ଆଥଲେଟିକ୍ ବିଭାଗ ରେ ମୋଟ ୩୬୯ ଜଣ ପ୍ରତିଯୋଗୀ ଏହି ଦୁଇ ଦିନିଆ ଶିବିର ରେ ଅଂଶଗ୍ରହଣ କରିଥିଲେ । ଶିବିର ରୁ ମୋଟ୍ ୨୫ ଜଣ କ୍ରୀଡାବିତ୍ ବିଭିନ୍ନ ବର୍ଗ ରେ ଚୟନ ହୋଇଥିବା ପାରାଦୀପ ବନ୍ଦର ଲୋକ ସଂପର୍କ ବିଭାଗ ର ମୁଖ୍ୟ ରତିକାନ୍ତ ନାୟକ ସୂଚନା ଦେଇଛନ୍ତି । ସୂଚନା ମୁତାବକ ପାରାଦୀପ ବନ୍ଦର ପକ୍ଷରୁ କୃତୀ କ୍ରଡାବିତ୍ ମାନଙ୍କୁ ତିନି ବର୍ଷ ରି ଏହି ସବୁ ବର୍ଗ ରେ ତାଲିମ୍୍ ଦିଆଯିବ । ଏହି ଚୟନ ପ୍ରକ୍ରିୟା ରେ କମିଟି ର ମୁଖ୍ୟ ଭାବେ ପାରାଦୀପ ବନ୍ଦର ସ୍ପୋର୍ଟ୍ସ କାଉନସିଲ୍ ର ଅଧ୍ୟକ୍ଷ ଡି.ଏମ୍. ସୋଣ୍ଢି ଦାୟିତ୍ୱ ନିର୍ବାହ କରିଥିଲେ । କାର୍ଯ୍ୟକାରୀ ଅଧ୍ୟକ୍ଷ ଡା.ଦୂର୍ଗା ପ୍ରସାଦ ସେଠୀ ଙ୍କ ଆବାହକତ୍ୱ ରେ ଏହି ଶିବିର ରେ ସଂସଦ ର ସଂପାଦକ ରଂଜନ ରଶ୍ମି ବେଉରା, କ୍ରୀଡା ଉପଦେଷ୍ଟା ତଥା ଫୁଟବଲ କୋଚ୍ ରବିନ୍ଦ୍ର କୁମାର ଦାସ,ବନ୍ଦର ର ବରିଷ୍ଠ କଲ୍ୟାଣ ଅଧିକାରୀ ନିରୋଜ କୁମାର ପଟ୍ଟନାୟକ, ଭଲିବଲ୍ କୋଚ୍ ତଥା ଓଡିଶା ଭଲିବଲ୍ ଆସୋସିଏସନ୍ ର କାର୍ଯ୍ୟକାରୀ ସଭାପତି ସଂଜୟ କୁମାର ଦାସ, ଓଡିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ବି.ବି.ଜି.ସି. ମହାପାତ୍ର ପ୍ରମୁଖ ଚୟନ କମିଟି ର ସଦସ୍ୟ ଭାବେ ଯୋଗ ଦେଇଥିଲେ । ବିଭିନ୍ନ କ୍ରୀଡା ର ବୈଷୟକ କମିଟି ର ସଦସ୍ୟ. ଗୋପବନ୍ଧୁ କ୍ରୀଡା ସଂସଦ ର ଅଫିସିଆଲ୍ସ୍ , ସ୍ୱେଛାସେବୀମାନେ ଯୋଗ ଦେଇ ଏହି ଦୁଇ ଦିନିଆ ଶିବିର କୁ ସୁପରିଚାଳନା କରିଥିବା ବନ୍ଦର ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଶିବିର ସରକାରଙ୍କ ଆଦର୍ଶ କୋଭିଡ୍ ଗାଇନ୍ ଅନୁଯାୟୀ ଆୟୋଜିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା …

Leave a Reply

Your email address will not be published. Required fields are marked *