ନିଶ୍ଚିନ୍ତକୋଇଲି , ୧୧/୦୯/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )କଟକ ପୁରିଘାଟ ସ୍ଥିତ ଏକ ଥେରାପି ସେଣ୍ଟର ରେ ନେମାଳ ଥାନା ମାଣିକପୁର ଗ୍ରାମର ଶ୍ରୀନିବାସ ସ୍ୱାଇଁ ଙ୍କ ୭ବର୍ଷ ର ଶିଶୁପୁତ୍ର ଶ୍ରୀରଞ୍ଜନ ସ୍ୱାଇଁ କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଥେରାପି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ମାତ୍ର ଥେରାପି ନେବା ସମୟ ରେ ଶିଶୁଟି ହଠାତ ସଂଜ୍ଞାହୀନ ହୋଇଯାଇଥିଲା । ତତକ୍ଷଣାତ ଶିଶୁର ମା ଶିଶୁଭବନ କୁ ଚିକିତ୍ସାପାଇଁ ନେଇଯାଇଥିଲେ। ମାତ୍ର ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।ଏନେଇ ମର୍ମାହତ ପୁଅ ର ବାପା ଶ୍ରୀନିବାସ ପୁଅକୁ ହତ୍ୟା କରାଯାଇଥିବା ନେଇ ପୁରିଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କଟକ ପୁରିଘାଟ ଥାନା ପୋଲିସ, ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ଓ ନେମାଳ ପୋଲିସ ସହାୟତାରେ ମାଣିକପୁର ସ୍ଥିତ ଚିତ୍ରୋତ୍ପଳା ନଦୀପଠା ରେ ପୋତାଯାଇଥିବା ଶିଶୁର ଶବକୁ ଆଜି ଅପରାହ୍ନ ରେ ଜବତ କରି ବ୍ୟବଛେଦ ପାଇଁ କଟକ ପଠାଇଛନ୍ତି ।ଇତିମଧ୍ୟରେ ଥେରାପି ଚିକିତ୍ସା କେନ୍ଦ୍ର କୁ ବନ୍ଦ କରି ସମ୍ପୃକ୍ତ ମାଲିକ ଫେରାର ହୋଇଯାଇଥିବା ଖବର ମିଳିଛି । ମୃତ ଶିଶୁର ପରିବାର ଏହାର ଉଚ୍ଚସ୍ତରୀୟ ତଦନ୍ତସହ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି। ଓଡିଶା ସମାଚାର