Wednesday , October 20 2021
Breaking News
Home / ବିଶେଷ / ଗୋଟିଏ ଘରୁ ସ୍ୱାମୀ ସ୍ତ୍ରୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଗୋଟିଏ ଘରୁ ସ୍ୱାମୀ ସ୍ତ୍ରୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବାଲିଆପାଳ, ୧୧/୦୯/୨୦୨୧(ଓଡ଼ିଶା ସମାଚାର)- ବାଲିଆପାଳ ଥାନା ଅନ୍ତର୍ଗତ ବଲିବିଲ ଗ୍ରାମରେ ଶୁକ୍ରବାର ସନ୍ଧ୍ୟା ସମୟରେ ଗୋଟିଏ ଘରୁ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ଝୁଲନ୍ତା ମୃତ ଦେହ କୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ସ୍ୱାମୀ ହେଲେ ବାଲୀବିଲ ଗ୍ରାମର ଜଗନ୍ନାଥ ଜ୍ୟୋତି (୨୪) ଏବଂ ମୃତକ ସ୍ତ୍ରୀ ହେଲେ ରୁନୁ ଜ୍ୟୋତି । ଉଭୟ ୨୦୨୦ ଅଗଷ୍ଟ ମାସରେ ବିବାହ କରିଥିଲେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲଗିଥିବା ନେଇ ପଡୋଶୀ ମାନେ କହନ୍ତି । ସନ୍ଧ୍ୟା ସମୟରେ ଘରେ କେହି ନଥିବା ସମୟରେ ସ୍ୱାମୀ ଜଗନ୍ନାଥ ନିଜ ଗାମୁଛାକୁ ଦୌଡ଼ି କରି ବେକରେ ଫାଶୀ ଲଗାଇଥିବା ବେଳେ ସ୍ତ୍ରୀ ରୁନୁ ନିଜ ଶାଢ଼ୀ ରେ ଫାଶୀ ଲଗାଇଥିବା ଜଣା ପଡ଼ିଛି । ସନ୍ଧ୍ୟା ସମୟରେ ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ଖବର ପାଇ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତିି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *