Monday , January 24 2022
Breaking News
Home / କ୍ରୀଡ଼ା / ଗୋଖରା ନିମିଷ୍ଟାଡିୟମ ର ଶୁଭଶିଳାନ୍ୟାଶ ଉତ୍ସଵ

ଗୋଖରା ନିମିଷ୍ଟାଡିୟମ ର ଶୁଭଶିଳାନ୍ୟାଶ ଉତ୍ସଵ

ନିଶ୍ଚିନ୍ତକୋଇଲି ୧୧/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ନେମାଳ ସ୍ଥିତ ଗୋଖରା ମିନିଷ୍ଟାଡିୟମ୍  ର ଶୁଭ ଶିଳାନ୍ୟାଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଏହି ଷ୍ଟାଡିୟମ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ କ୍ରୀଡାର ବିକାଶ ହୋଇପାରିବ ଓ ବିଧାୟକ ଙ୍କ ଏକବର୍ଷ ର ସମସ୍ତପାଣ୍ଠିକୁ ଷ୍ଟାଡିୟମ ପାଇଁ ଖର୍ଚ୍ଚ କରାଯିବ ବୋଲି ପ୍ରକାଶ କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ  ସଭା ରେ କଟକ ସଦର ବିଜୁଜନତା ଦଳ ର ସଭାପତି ଓ ଛାତ୍ର ଜନତା ଦଳର ସଭାପତି ଓ ୧୪ ଟି ପଞ୍ଚାୟତ ରୁ ଆସିଥିବା ବିଭିନ୍ନ ପଦବୀ ରେ ଥିବା ନେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁଜନତା ଦଳର କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ସମାଜ ସେଵୀ  ନୃସିଂହଚରଣ  ମୁଦୁଲି, ଯୁବନେତା ଗୋବିନ୍ଦ ଦାସ ଓ ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ। ସେହିପରି କଳମିଶ୍ରି ପଞ୍ଚାୟତ ର ଲେଣ୍ଡୁରାଭାଗବନ ପୁର ଠାରେ  ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାଶ ବିଧାୟକ ଙ୍କ ଦ୍ୱାରା  ଅନୁଷ୍ଠିତ ହୋଇଥିଲା। କଳମିଶ୍ରି ବିଜୁଜନତା ଦଳର ସଭାପତି ବିଶ୍ୱଜିତ ପରିଡା ଏହାକୁ  ପରିଚାଳନା ଥିଲେ। ଓଡିଶା ସମାଚାର

About admin

Check Also

କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନରେ ନାମ ପଞ୍ଜିକରଣ

କେନ୍ଦ୍ରାପଡ଼ା, ୪/୧/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ନିର୍ଦ୍ଧେଶ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ୮ ରୁ …

Leave a Reply

Your email address will not be published. Required fields are marked *