ପରଜଙ୍ଗ, ୧୧/୦୯/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଡ଼ ନୃସିଂହ ଚରଣ ସାହୁ ଓ ଅସିତ୍ କୁମାର ରାୟ ଚୌଧୁରୀଙ୍କ ପରାମର୍ଶ କ୍ରମେ ଶୁକ୍ର ବାର ଦିନ ଅପରାହ୍ନ ସମୟରେ ବିଜୁ ଜନତା ଦଳ ତରଫରୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖିଆଗରେ ରଖି ବିଜୁ ଯୁବ ଏବଂ ଛାତ୍ର ଜନତା ଦଳର ଏକ କର୍ମୀ ସମ୍ମିଳନୀ ପରଜଙ୍ଗ ବ୍ଲକ ଅନ୍ତର୍ଗତ କନ୍ଦରସିଂହା ଗ୍ରାମପଞ୍ଚାୟତ ରେ ବ୍ଲକ ଉପାଧକ୍ଷା ବିଳାସିନୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଓ କନ୍ଦରସିଂହା ପର୍ଯ୍ୟବେକ୍ଷକ ପ୍ରିୟଦର୍ଶି ବିଶ୍ଵାଳ ଭାଇ ,ଜୋନ୍ ୩ ପଯ୍ୟବେକ୍ଷକ ସୁତାଂଶୁ ପଣ୍ଡା,ସୁନିଲ କୁମାର ପାଣି ଏବଂ ସାନୁଜ ବିଶ୍ଵାଳ ଓ ସୋସିଆଲ ମିଡ଼ିଆ ସଂଯୋଜକ ପିକୁଲ୍ ସାହୁ ଏବଂ କନ୍ଦରସିଂହା ପଞ୍ଚାୟତର ସମସ୍ତ ପ୍ରାୟ ୨୦୦ କର୍ମକର୍ତ୍ତା ଓ ବିଜୁ ପ୍ରେମୀ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର
