କଟକ ସଦର, ୧୧/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କୋଭିଡ କଟକଣା କୋହଳ ହୋଇ ସଵୁ ରେଳ ପଥରେ ଯାତ୍ରୀବାହୀ ରେଳ ଚଳାଚଳ ସ୍ବଭାବିକ ହୋଇଥିବା ଵେଳେ ଗତ ଵର୍ଷରୁ ଆଜି ପର୍ୟ୍ୟନ୍ତ କଟକ- ପାରାଦୀପ ରେଳ ପଥରେ ପାସେଞ୍ଜର ଟ୍ରେନ ଚଳାଚଳକୁ ଵନ୍ଦ ରଖାଯାଇଥିବାରୁ କଟକ ସଦର ସହିତ ଜଗତସିଂହପୁର ଜିଲ୍ଲାର ରେଳଯାତ୍ରୀ ବିଶେଷ ହିନସ୍ଥା ହେଉଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ କର୍ତୃପକ୍ଷ କଟକ- ପାରାଦୀପ ରେଳ ପଥରେ ଦିନକୁ ଅନଵରତ ଚଳାଚଳ କରୁଥିଵା ପାସେଞ୍ଜର ଟ୍ରେନକୁ ସଂପୂର୍ଣ୍ଣ ଵାତିଲ କରିଥିଲେ। ଏଥିପାଇଁ ଏହି ସଵୁ ଟ୍ରେନ୍ ଉପରେ ବିଶେଷ କରି କଟକ ଓ ଭୂଵନେଶ୍ୱରରେ ଚାକିରି କରିଥିଵା ଯାତ୍ରୀମାନେ ନାହିଁ ନାହିଁନଥିବା ହଇରାଣ ହେଉଛନ୍ତି।କୋଭିଡ ସଂକ୍ରମଣ ହ୍ରାସ ପାଇ କଟକଣା କୋ଼ହଳ ହୋଇ ପ୍ରାୟ ସଵୁ ରେଳ ପଥରେ ପାସେଞ୍ଜର ଟ୍ରେନ ଚଳାଚଳ ସ୍ୱ।ଭାଵିକ ହୋଇଥିଵାରୁ କଟକ- ପାରାଦୀପ ରେଳ ରାସ୍ତାରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିଵାକୁ ଯାତ୍ରୀମାନଙ୍କ ପକ୍ଷରୁ ରେଳବାଇ ମନ୍ତ୍ରୀ ଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ଓଡ଼ିଶା ସମାଚାର
