Friday , August 12 2022
Home / ବିଶେଷ / ସରସ୍ଵତୀ କଳା ପରିଷଦ ପକ୍ଷରୁ ଗଣେଶ ପୂଜା ପାଳିତ

ସରସ୍ଵତୀ କଳା ପରିଷଦ ପକ୍ଷରୁ ଗଣେଶ ପୂଜା ପାଳିତ

 

କଟକ, ୧୦/୦୯/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ  ପକ୍ଷରୁ କଳାବିହାର କାର୍ଯ୍ୟାଳୟରେ ଶ୍ରୀ ଗଣେଶ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୀପ,ଧୂପ, ଚନ୍ଦନ,ଅକ୍ଷତ, ଫୁଲ ଓ ଭୋଗ ଦେଇ ଶ୍ରୀ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଷଦର ସଂପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ପରିଚାଳନା କରିଥିବାବେଳେ ପୂଜକ ସତ୍ୟନାରାୟଣ ମିଶ୍ର, କର୍ତ୍ତା ଭାବେ ଗୁରୁ ଅକ୍ଷୟ ଓଝା ଏବଂ ସମସ୍ତ ବିଦ୍ୟାର୍ଥୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୬ ଟି ଗେଟ୍ ଖୋଲାଯାଇଛି। ଆଜି ସକାଳେ ୪ଟି ଗେଟ ଖୋଲିଥିଲା …

Leave a Reply

Your email address will not be published.