କଟକ ସଦର, ୧୦/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : ଆସନ୍ତା ଦୂର୍ଗାପୂଜାରେ ମୂର୍ତ୍ତି ର ଉଚ୍ଚତା ବୃଦ୍ଧି, ପରଦା ହଟାଇବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କଟକଣାକୁ ଉଠାଇଵା ପାଇଁ କଟକରେ ଲଗାତର ଭାଵେ ପ୍ରତିକ ଆନ୍ଦୋଳନ ଚାଲୁ ରହିଛି। ଏଥିପାଇଁ ଦୁଇଦିନ ତଳେ ସରକାର ଙ୍କ ପକ୍ଷରୁ ଲୋକସଭା ଭଵନରେ କଟକର ପୂଜା କମିଟି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଙ୍କୁ ନେଇ ଵୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନା ପର୍ଯ୍ୟାଲୋଚନା ପରେ ନିଷ୍ପତ୍ତି ଦୁଇଦିନ ପାଇଁ ସଂରକ୍ଷିତ ରହିଥିଲା। ସେଥିପାଇଁ ଆଜି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ପ୍ରକାଶ ପାଇଛି। ଯେଉଁଥିରେ ପୂର୍ବରୁ ଲଗାଯାଇଥିବା ସମସ୍ତ କଟକଣା ବଳବତ୍ତର ରହିଥିଵା କଥା ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ପ୍ରଦୀପ ଜେନା ପ୍ରେସ ରିଲିଜ ରେ ଜଣାଇଛନ୍ତି। ଲୋକଙ୍କ ଭାବାବେଗକୁ ସରକାର ହୃଦୟଙ୍ଗମ କରୁଥିବା ଵେଳେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି ଵୋଲି କହିଵା ସହିତ ସମସ୍ତେ ଏଥିରେ ସହଯୋଗ କରିଵାକୁ ନିବେଦନ କରିଛନ୍ତି। ଏଥିପାଇଁ କଟକିଆଙ୍କୁ ନିରାଶ ହେବାକୁ ପଡିଥିବା ଵେଳେ ସଵୁ ତୁମ୍ଵିତୋଫାନର ଅବସାନ ଘଟିଛି। ଓଡ଼ିଶା ସମାଚାର