Saturday , October 16 2021
Breaking News
Home / ବିଶେଷ / ଶୁକଦେବ ସାହୁ ସ୍ମରଣୀକା ଲୋକାର୍ପଣ ଉତ୍ସବ

ଶୁକଦେବ ସାହୁ ସ୍ମରଣୀକା ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡା, ୧୦/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ  ନିକିରାଇ ପାଟଣା ଗ୍ରାମରେ ଶୁକଦେବ ସାହୁ ସ୍ମୃତି ପରିଷଦ ଆନୁକୁଲ୍ୟରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଶୁକଦେବ ସାହୁ ସ୍ମରଣୀକା ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ବିଶିଷ୍ଟ ଶିକ୍ଷାବିତ୍ ଡଃ .ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ କୁମାର ମହାନ୍ତି, କେନ୍ଦ୍ରାପଡା କଲେଜର ଅଧ୍ୟାପକ ଯତିନ୍ଦ୍ର ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଶିକ୍ଷାବିତ୍ ତଥା ରାମଚଣ୍ଡୀ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଶୁକଦେବ ସାହୁ ତାଙ୍କ ଜୀବନକାଳ ମଧ୍ୟରେ ୩ଶହରୁ ଅଧିକ ବହି ଲେଖିଥିଲେ । ତାଙ୍କର ଏଭଳି ସାହିତ୍ୟ ସାଧନା ପାଇଁ ବିଭିନ୍ନ ସ୍ତରରେ ସେ ସମ୍ମାନୀତ ମଧ୍ୟ ହୋଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ର୍ରଜ୍ଞାପୁରୁଷ ଶୁକଦେବ ଏବଂ ଓଡିଶା ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀ ଚରଣଙ୍କ ଉପରେ ଲିଖିତ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ସାହିତ୍ୟ ସାଧନା ପାଇଁ ପ୍ରାଧ୍ୟାପକ ଡଃ. ସର୍ବେଶ୍ୱର ସେଣ, ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଆରଧନା ଦାସ, ଗାଳ୍ପିକ ରତ୍ନାକର ମଲ୍ଲିକ ଓ ସମାଜ ସେବୀ ରଘୁନାଥ ରାଉତଙ୍କୁରୀୟ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ  ସମ୍ବର୍ଦ୍ଧିତ କରାଯାଇଥିଲା । କବି ଶୈଳଜାଶଙ୍କର ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭକ୍ତ ଚରଣ ସାହୁ ଅତିଥି ପରିଚୟ ଓ ଜୟନ୍ତ ଯଶୋବର୍ଦ୍ଧନ ସାହୁ ଉତ୍ସବ ପରିଚାଳନା କରିଥିଲେ । ଏହି ଉତ୍ସବରେ ଶତାଧିକ ସାହିତି୍ୟକ ଓ ଶିକ୍ଷାବିତମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *