କେନ୍ଦ୍ରାପଡ଼ା, ୧୦/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଓ ମୁ୍ୟଜିକ ଏକାଡେମୀରେ ବିଘ୍ନ ବିନାଶନ ଶ୍ରୀଗଜାନନଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିୟମ ଅନୁପାଳନ ପୂର୍ବକ ପ୍ରତିବର୍ଷ ଭଳି ଚଳିତବର୍ଷ ରୀତିନୀତି ଅନୁଯାଇ ଅନୁଷ୍ଠିତ ଏହି ପୂଜା ଉତ୍ସବରେ ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥିଲା । ପରେ ହୋମଯଜ୍ଞ, ଫଳପୁଷ୍ପ ଅର୍ପଣ କରାଯିବା ପରେ ଉପସ୍ଥିତ ସମସ୍ତେ ପୁଷ୍ପାଂଜଳି ଅର୍ପଣ କରିଥିଲେ । ଏହି ପୂଜାରେ ଏକାଡେମୀର ପ୍ରତିଷ୍ଠାତା ମହେଶ କୁମାର ପାଢୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର
