କେନ୍ଦ୍ରାପଡ଼ା, ୧୦/୦୯/୨୦୨୧(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ଧୋୟାଂଚଳର ଆଧ୍ୟାତ୍ମିିକ ସମାଜକୁ ରୁକ୍ମଣୀଙ୍କ ଅବଦାନ ଅବିସ୍ମରଣୀୟ ହୋଇରହିବ ବୋଲି ଧୋୟାଂଚଳର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଭିକାରୀ ଚରଣ ବିଶ୍ୱାଳଙ୍କ ଧର୍ମପତ୍ନୀ ରୁକ୍ମଣୀ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସାମ୍ବାଦିକ ଚିତରଞ୍ଜନ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ମନ୍ତ୍ରୀ ଗଣେଶ୍ୱର ବେହେରା, କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ପ୍ରାଧ୍ୟାପକ ନିର୍ମଳ ଚନ୍ଦ୍ର ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସରଞ୍ଜନ ସାମଲ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରଦୀପ ରାଉତ, ମର୍ଦରାଜ ଛାୟାଲ ସିଂହ ମହାପାତ୍ର, ଇଂ ଦେବବ୍ରତ ସ୍ୱାଇଁ, ପୂର୍ବତନ ସରପଂଚ ଅଜୟ ବିଶ୍ୱାଳ, ଇଂ ଗଗନ ବିଶ୍ୱାଳ, ସମାଜସେବୀ ଆରତରଞ୍ଜନ ବିଶ୍ୱାଳ, ଶିକ୍ଷାବିତ ଅରୂପାନନ୍ଦ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଧୋୟାଂଚଳର ମା ଭାବେ ପରିଚିତ ରୁକ୍ମଣୀ ଦେବୀ ବିଭିନ୍ନ ସାମାଜିକ, ସାଂସ୍କୃତିକ ବିଶେଷ କରି ଆଧ୍ୟାତ୍ମିିକ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ଏକ ନିଆରା ଆଧ୍ୟାତ୍ମିିକ ପରିବେଶ ସୃଷ୍ଟି କରିଥିଲେ ବୋଲି ମତପ୍ରକାଶ କରିଥିଲେ । ଏଥିସହିତ ବିଭିନ୍ନ ସମୟରେ ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରି ନିଜ ମହନୀୟତାର ପରିଚୟ ଦେଇଥିବା କହି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ରଶ୍ମିରଞ୍ଜନ ସ୍ୱାଇଁ, ତରଡିପାଳ ସରପଂଚ ପ୍ରିୟଦର୍ଶିନୀ ତରାଇ, ବଲୁରିଆ ସରପଂଚ ରତିକାନ୍ତ ସାହାଣୀ, ଅମୃତମଣୋହୀ ସରପଂଚ କୁଳମଣୀ ମଳିକ, ଅଳପୁଆ ସରପଂଚ ରମେଶ ଦାସ, ପ୍ରଧାନ ଶିକ୍ଷକ ଶିଶିର ନାୟକ, ଶିକ୍ଷାବିତ ନିରଞ୍ଜନ ମଲ୍ଲିକ, ସାମ୍ବାଦିକ ନରେନ୍ଦ୍ର ଧଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତା ବିଶ୍ୱାଳଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଜ୍ୟେଷ୍ଠପୁତ୍ର ଶିଳ୍ପଦ୍ୟୋଗୀ ସରୋଜ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ମହେଶ୍ୱର ନନ୍ଦ ବେଦପାଠ କରିଥିଲେ । ଏହି ସଭାକୁ ଦିଗାମ୍ବର ବିଶ୍ୱାଳ, ପ୍ରତାପ ବିଶ୍ୱାଳ, ସଚ୍ଚିଦାନନ୍ଦ ବିଶ୍ୱାଳ, ଅଜିତ ବିଶ୍ୱାଳ, ଅଞ୍ଜନ ବାରିକ, ପ୍ରଭାତ ମଲ୍ଲିକ, ଧିରେନ ମଲ୍ଲିକ, ସୁଭାଶିଷ ବିଶ୍ୱାଳ ଓ ରାଜେଶ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
