ପାରାଦୀପ ୧୦/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଲେଡିଜ କ୍ଲବର ଏକ ବହୁମୁଖୀ ପ୍ରକୋଷ୍ଠ ପାରାଦୀପ ବନ୍ଦର ଅଫିସର୍ସ କ୍ଲବ ପରିସରରେ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି । ଏହି ନୂତନ ପ୍ରକୋଷ୍ଠଟି ଜନହିତକର ଓ ଚିତବିନୋଦନ କାର୍ଯ୍ୟ ନିମନ୍ତେ ବ୍ୟବହାର ହେବ ବୋଲି ଜଣାପଡିଛି । ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ଲେଡିଜ୍ କ୍ଲବର ଉପସଭାନେତ୍ରୀ ସୁଚୀସ୍ମିତା ବୋଷ ଏହି ପ୍ରକୋଷ୍ଠକୁ ଉଦଘାଟନ କରିଥିଲେ । ଏହି ଅବସରରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ, ମୁଖ୍ୟଯନ୍ତ୍ରୀ ମଳୟ ଦାସଗୁପ୍ତା, ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ସମେତ ବନ୍ଦରର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଲେଡିଜ କ୍ଲବର କାର୍ଯ୍ୟକାରୀ ସଭାନେତ୍ରୀ ସବିତା ପଣ୍ଡା, ସଂପାଦିକା ପ୍ରିତୀ ଆରତୀ ପରିଜା, ଉପଦେଷ୍ଟା ଅଳକା ଦାସଙ୍କ ସମେତ ଅନ୍ୟ ମହିଳା ସଦସ୍ୟା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର