Thursday , September 28 2023
Home / ବିଶେଷ / ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀର ସୁନାମୀ ଉଦ୍ଧାର କୌଶଳ ଅଭ୍ୟାସ

ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀର ସୁନାମୀ ଉଦ୍ଧାର କୌଶଳ ଅଭ୍ୟାସ

ପାରାଦୀପ ୧୦/୦୯/୨୦୨୧(ଓଡ଼ିଶା ସମାଚାର)-ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଗୁରୁବାର ଦିନ ପାରାଦୀପରେ ସାମ୍ଭାବ୍ୟ ସୁନାମୀ ସମୟରେ ଉଦ୍ଧାର କୌଶଳ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡ, ପାରାଦୀପ ଆଦର୍ଶ ଥାନା, ଜଟାଧାରୀ ମୁହାଣ ମେରାଇନ ଥାନା, ପାରାଦୀପ ମେରାଇନ ଥାନାର କର୍ମଚାରୀ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ହେଲିକପ୍ଟର ମାଧ୍ୟମରେ ସୁନାମୀ ସମୟରେ ଲୋକଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ସେ ସବୁର କୌଶଳ ଅଭ୍ୟାସ କରାଯାଇଥିଲା । ଗୋପବନ୍ଧୁ ଷ୍ଟାଡିଅମ, ଷଣ୍ଡକୁଦ, ପାରାଦୀପ ବନ୍ଦରର ୪ ନମ୍ବର ଗେଟ ଓ ନେହେରୁବଙ୍ଗଳା ଅଂଚଳରେ ହେଲିକପ୍ଟର ଲ୍ୟାଣ୍ଡ କରାଯାଇ ଉଦ୍ଧାର କାର୍ଯ୍ୟର ଅଭ୍ୟାସ କରାଯାଇଥିଲା । ତେବେ କୋଷ୍ଟଗାର୍ଡ ପକ୍ଷରୁ ଏହାର ସୂଚନା ଗଣମାଧ୍ୟମକୁ ଦିଆଯାଇନଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *