Friday , August 19 2022
Breaking News
Home / ବିଶେଷ / ପାନ୍ ଆରୋମା କାଫେ ଉଦଘାଟନ କଲେ  ବିଧାୟକ ସୁରେଶ ରାଉତରାୟ

ପାନ୍ ଆରୋମା କାଫେ ଉଦଘାଟନ କଲେ  ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର,୧୦/୦୯/୨୦୨୧(ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନବଯୁଗ ରିସର୍ଟ୍ଟଠାରେ ଏକ ଅତ୍ୟାଧୁନିକ ପାନ ବିକ୍ରୟ କେନ୍ଦ୍ର ଉଦଘାଟନ କରିଛନ୍ତି । ଏହି ବିକ୍ରୟ କେନ୍ଦ୍ରର ନାମ ପାନ୍ ଆରୋମା କାଫେ ରଖାଯାଇଛି । ଯାହାର ମାଲିକଙ୍କ ନାମ ସମୀର ଦାସ । ସେଠାରେ ସର୍ବନିମ୍ନ ପାନର ମୂଲ୍ୟ ୨୦ ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ପାନର  ମୂଲ୍ୟ ୨୧୦୦ ଟଙ୍କା ରଖାଯାଇଛି । ଏଠାରେ ଲଡ଼ୁପାନ, ଆଇସକ୍ରମି ପାନ, ଧୂଆଁପାନ, ମିଠାପାନ, ଚଟଣୀପାନ ଓ ଜୁସ୍ ପାନ ପ୍ରଭୃତି ୧୫୦ ପ୍ରକାରର ପାନ ରଖାଯାଇଛି । ଭୁବନେଶ୍ୱରରେ ଏଭଳି ପାନ ଦୋକାନ ବିରଳ । ଏହି ପାନ ଦୋକାନ ଅତ୍ୟାଧୁନିକ ଶୈଳୀରେ ବ୍ୟବସ୍ଥିତ ହୋଇଛି । ଏହି କେନ୍ଦ୍ରଟି ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ର ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ମେଟ୍ରୋସିଟିରେ ଏଭଳି ଦୋକାନ ଖୋଲିବାର ଆବଶ୍ୟକତା ମଧ୍ୟ ରହିଛି । ଏହି ଉଦଘାଟନ କାର୍ଯ୍ୟରେ ସମାଜସେବୀ ମନୋଜ ଜେନା, ପ୍ରକାଶ ମିଶ୍ର, ଆଶିଷ ଦି ଓ ମଳୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.