Tuesday , June 6 2023
Breaking News
Home / ବିଶେଷ / ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା, ୧୦/୦୯/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସରକାରୀ ଚାକିରୀରୁ ଅବସର ନେଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକସନ ଅଫିସର ଅଜୟ କୁମାର ଦାସ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ସକୁନ୍ତଳା ସ୍ୱାଇଁଙ୍କୁ ପୁଷ୍ପଗୁଛ, ଉତରୀୟ ପ୍ରଦାନ କରାଯାଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହିତ ସେମାନଙ୍କ କାର୍ଯ୍ୟକାଳ ସମୟରେ ସେମାନଙ୍କ ଦାୟୀତ୍ୱ ବୋଧତା,କର୍ତବ୍ୟ ପରାୟଣତା ପ୍ରଭୃତି ସମ୍ପର୍କରେ ଅବତାରଣା କରାଯାଇ ସେମାନଙ୍କ ଅବସର ନିରାମୟ ଜୀବନକାମନା କରାଯାଇଥିଲା । ଏତଦବ୍ୟତିତ ନୂତନ ଭାବେ ସରକାରୀ ଚାକିରୀରେ ଯୋଗଦେଇଥିବା କନିଷ୍ଠ ରାଜସ୍ୱ ସହାୟକମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଷ୍ଟାଫ କମିଟି ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ପ୍ରଦିପ କୁମାର ଦାସ, ଶୈଳେନ୍ଦ୍ର କୁମାର ପ୍ରଧାନ, ଦିବ୍ୟରଞ୍ଜନ ବେହେରା, ପୂର୍ବତନ କର୍ମଚାରୀ କିଶୋର କର ଓ ଅକ୍ଷୟ କୁମାର ନାୟକ, କର୍ମଚାରୀ ମହେନ୍ଦ୍ର କୁମାର ସାହୁ, ଶୁଭେନ୍ଦୁ ତ୍ରିପାଠୀ, ରୁଦ୍ର ନାରାୟଣ ସାହୁ, ଉମେଶ କୁମାର ବେହେରା, ଭୀମସେନ କାନ୍ଦ୍ରା, ଗୈାରାଙ୍ଗ ଚରଣ କର, ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.