କଟକ ସଦର, ୧୦/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : ପରମ୍ପରା ରକ୍ଷା କରିଵାରେ ଆପତ୍ତି ନାହିଁ।ହେଲେ ଜଗତ କଲ୍ୟାଣ ନିମନ୍ତେ ପରମ୍ପରା ମଧ୍ୟ ପରିବର୍ତ୍ତନ ର ଆବଶ୍ୟକତା ରହିଛି। ଯେଉଁ ପରମ୍ପରା ଦ୍ୱାରା ପରିଵେଶ ଦୂଷିତ ହେବା ସହ ଅପଚୟ ବୃଦ୍ଧି ହୁଏ ସେହି ପରମ୍ପରା କୁ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯାଇପାରିବ ଵୋଲି ତିର୍ତ୍ତୋଲ ଶିଶୁ ଅନନ୍ତ ଆଶ୍ରମର ଆଶ୍ରମାଧିଶ ଵିଶ୍ୱ ପ୍ରକୃତିପ୍ରେମୀ ଵାଵା ଵଳିଆ କହିଛନ୍ତି। ପୃଥିବୀ ପରିବର୍ତ୍ତନଶୀଳ। ଅତୀତ ଓ ବର୍ତମାନକୁ ଅବଲୋକନ କଲେ ସଵୁ କିଛି ସ୍ପଷ୍ଟ ହୋଇଯାଏ। ଏହା ସତ୍ୱେ ଵି କେତେକ ଵୁଝି ଅବୁଝା ହେଉଥିଵାରୁ ସାଧାରଣ ଓ ଅସାଧାରଣମାନଙ୍କ ପାଇଁ ବ୍ୟତିକ୍ରମ ପରିବେଶ ସୃଷ୍ଟି ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ସହ ପ୍ରସ୍ଥାଵ ସମ୍ମତ ମତ ଦେଵାକୁ ଯାଇଁ ଵାଵା କହିଛନ୍ତି ଯେ ପ୍ରତିବର୍ଷ ପୁରୀ ରଥ ନିର୍ମାଣ ନକରି ସେହି ରଥକୁ ପ୍ରତିବର୍ଷ ( ନଵ କଳେଵର ପର୍ଯ୍ୟନ୍ତ) ରଥଯାତ୍ରା ରେ ବ୍ୟବହାର କରାଗଲେ ଶହ ଶହ ବୃକ୍ଷ ଛେଦନ ର ଆବଶ୍ୟକତା ପଡିଵ ନାହିଁ। ଯାହାଦ୍ବାରା ପରିଵେଶ ରକ୍ଷା ହେଵା ସହ ଵ୍ୟୟଭାର କମିଯିଵ। ଜଗନ୍ନାଥ ସଂସ୍କୃତି ସଦାସର୍ବଦା ସମତା ଓ ସହଦମ୍ଭତାର ବାର୍ତ୍ତା ଦିଏ। ଅତିତ ରେ ମଧ୍ୟ ଏହିଭଳି ଅନେକ ପରିବର୍ତନ ର ସାକ୍ଷୀ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ସଂସ୍କୃତି ରହିଅଛି। ଏଥିପାଇଁ ପରିଵେଶ ସୁରକ୍ଷା ପାଇଁ ଵୃକ୍ଷ ଛେଦନରୁ ପ୍ରତିବର୍ଷ ସରକାର ନିବୃତ୍ତ ରହିଵାକୁ ଵାଵା ଵଳିଆ ନିବେଦନ କରିଛନ୍ତି। ଓଡ଼ିଶା ସମାଚାର