Wednesday , October 20 2021
Breaking News
Home / ବିଶେଷ / ଚାରା ରୋପଣ କରି ଜନ୍ମଦିନ ପାଳିଲେ ଯୁବ ସାମ୍ବାଦିକ

ଚାରା ରୋପଣ କରି ଜନ୍ମଦିନ ପାଳିଲେ ଯୁବ ସାମ୍ବାଦିକ

କେନ୍ଦ୍ରାପଡା, ୧୦/୦୯/୨୦୨୧(ଓଡ଼ିଶା ସମାଚାର)- ଯୁବ ସାମ୍ବାଦିକ ରଞ୍ଜନ କୁମାର ସାହୁ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ପଥରକଣି ଠାକୁରାଣୀଙ୍କ ବେଢା ପରିସରରେ ଶ୍ରୀ ସାହୁ ଚାରାରୋପଣ କରି ନିଜର ଜନ୍ମଦିନ ପାଳିଥିଲେ । ଏହି ଅବସରରେ ଶ୍ରୀ ସାହୁ କହିଥିଲେ ଯେ ବର୍ତମାନ ଯେଉଁଭଳି ଭାବରେ ବାୟୁ ମଣ୍ଡଳରୁ ଅମ୍ଳଜାନ ହ୍ରାସ ପାଉଛି ତାହା ସମଗ୍ର ମାନବ ଜାତି ଓ ଜୀବଜନ୍ତୁଙ୍କ ପାଇଁ ବିପଦର କାରଣ ପାଲଟିଛି  । ତେଣୁ ଆମ୍ଭେ ସଚେତନ ହୋଇ ଏବେଠାରୁ ଚାରା ରୋପଣ କରିବା ଉଚିତ । କେବଳ ଚାରା ରୋପଣ କରିଦେଲେ ହେବ ନାହିଁ  ସେହି ଚାରା କିପରି ଦ୍ରୁମରେ ପରିଣତ ହେବ ସେଥି ନିମନ୍ତେ ତାର ଯତ୍ନ ନେବା ଆବଶ୍ୟକ  । ଫଳରେ ଭବିଷ୍ୟତରେ ଆମେ ଅମ୍ଳଜାନ ଅଭାବର ସମ୍ମୁଖୀନ ହେବା ନାହିଁ । ଏଥିସହ ଆମ ଉତର ପିଢି ମଧ୍ୟ ସୁସ୍ଥ ପରିବେଶରେ ଜୀବନଯାପନ କରିପରିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ପ୍ରଯୋଜକ ମାନସ କୁମାର ସାହୁ, ପ୍ରକୃତିବନ୍ଧୁ ପାର୍ଥସାରଥୀ ବେହେରା, ଆଇନଜୀବୀ ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *