Tuesday , September 28 2021
Breaking News
Home / ବ୍ୟବସାୟ ବାଣିଜ୍ୟ / କଟକ ସହରର ସର୍ବପୁରାତନ ଛତ୍ରଵଜାର ପରିଵା ହାଟର ଠିକଣା ଵଦଳିଵ

କଟକ ସହରର ସର୍ବପୁରାତନ ଛତ୍ରଵଜାର ପରିଵା ହାଟର ଠିକଣା ଵଦଳିଵ

କଟକ ସଦର, ୧୦/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : ନ ଅଙ୍କ ଦୃଭିକ୍ଷ ସମୟରେ ପାନୀୟ ଜଳ ସଂକଟ ଓ ଚାଷ ପାଇଁ ପାଣିର ଆବଶ୍ୟକତା ଦୃଷ୍ଟିରୁ ଇଂରେଜ ସରକାର ତାଳଦଣ୍ଡା କେନାଲ ଖନନ କରିଥିଲେ।ସେଵେ ଠାରୁ ଆଜକୁ ଶହ ଶହ ବର୍ଷ ହେଲା ସର୍ବପ୍ରାଚୀନ ଛତ୍ରଵଜାର ଦୈନିକ ପରିବା ହାଟ ସେହି ତାଳଦଣ୍ଡା କେନାଲ ପାର୍ଶ୍ଵରେ ଵସି ଆସୁଛି।ହେଲେ  ଏଵେ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ସମ୍ପ୍ରସାରଣ କରାଯାଇ ଚାରି ଲେନ୍ ବିଶିଷ୍ଟ କରାଯିଵାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଵାଵେଳେ ଏଠାରେ ପ୍ରତିଦିନ ୫ ଶହରୁ ଉର୍ଦ୍ଧ୍ବ ପରିଵା ଚାଷୀ ଉଛେଦ ପ୍ରକ୍ରିୟାରେ ପଡିଯାଇଛନ୍ତି। ଏଥିପାଇଁ ଚାଷୀମାନେ ଚିନ୍ତାମଗ୍ନ ଥିଵା ଵେଳେ ସେମାନଙ୍କୁ ଅର୍ଵାନ ବ୍ୟାଙ୍କ୍ ପଛପଟରେ ଥିଵା ପ୍ରାୟ ଦେଢ ଏକର ଯାଗାକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେବାପରେ ସେମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଏହି ସ୍ଥାନକୁ ସିଏମସି ପକ୍ଷରୁ ବିକଶିତ କରାଯାଇ ୭ ଦିନ ମଧ୍ୟରେ ବ୍ୟବସାୟୀଙ୍କୁ ସ୍ଥାନାନ୍ତର କରାଯିଵ ବୋଲି ଜଣାପଡିଛି।ଏହାପରେ ପ୍ରାଚିନ ଛତ୍ରଵଜାର ଦୈନିକ ପରିଵା ହାଟ ତାର ପୂର୍ବ ଠିକଣା ହରାଇ ଵସିଵ। ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ହଡପ ମାମଲା : ନିରପେକ୍ଷ ତଦନ୍ତ ଓ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଅର୍ଥ ଫେରାଇଵା ଦାଵି ଦୋହରାଇଲା ଵିଜେଡି

କଟକ ସଦର, ୨୪/୦୯/୨୦୨୧(ଓଡ଼ିଶା ସମାଚାର/ ଵଷ୍ଣୁ ବେହେରା): କନ୍ଦରପୁର କୃଷòକ ସେଵା ସମଵାୟ ସମିତି ଦ୍ୱାରା ପରିଚାଳିତ କନ୍ଦରପୁର ମିନି …

Leave a Reply

Your email address will not be published. Required fields are marked *