Friday , October 22 2021
Breaking News
Home / ବିଶେଷ / କଟକ ସଦର ଅଞ୍ଚଳରେ ନିରାଡମ୍ବର ଗଣେଶ ପୂଜା, ନିରୁତ୍ସାହିତ ଯୁଵ ଗୋଷ୍ଠୀ

କଟକ ସଦର ଅଞ୍ଚଳରେ ନିରାଡମ୍ବର ଗଣେଶ ପୂଜା, ନିରୁତ୍ସାହିତ ଯୁଵ ଗୋଷ୍ଠୀ

କଟକ ସଦର, ୧୦/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା) : ଗଣେଶ ଚତୁର୍ଥୀ ତଥା ବିଘ୍ନରାଜ ଗଣେଶଙ୍କ ପୁଜା କୋଭିଡ କଟକଣା ପାଇଁ ଗତବର୍ଷ ପରି ଚଳିତ ବର୍ଷ ଆଜି ଶୁକ୍ରବାର ଦିନ କଟକ ସଦର ଅଞ୍ଚଳରେ ନିରାଡମ୍ବର ଭାଵେ ଵିଧିରକ୍ଷା ପୂର୍ଵକ ପାଳନ କରାଯାଇଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସହିତ ଯୁବକ ସଂଘ, କ୍ଲବ୍ ରେ ଵିନା ସାଜସଜ୍ଜା,ଵିନା ଵାଜା ଓ ମାଇକରେ କେଵଳ ପରମ୍ପରା ରକ୍ଷା ପାଇଁ ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ସେତେଟା ଉତ୍ସାହ ଥିଵା ପରି ଦେଖାଯାଇ ନଥିଲା।ଏହି ଅଵସରରେ କନ୍ଦରପୁର ଵଜାର ବିନାୟକ ସଂଘ ପକ୍ଷରୁ ଵଜାରରେ ଥିଵା ଗଣେଶ ମନ୍ଦିର ରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ସେହିପରି କଟକ ସଦର ବ୍ଲକ ଵିଜୁ ଛାତ୍ର ଜନତାଦଳ ପକ୍ଷରୁ କିଶନନଗର ଠାରେ ସଭାପତି ଇଂ ସତ୍ୟସିଦ୍ଧାନ୍ତ ଦାସଙ୍କ ପରିଚାଳନା ରେ ଗଣେଶ ପୂଜା ଯଥାବିଧ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *