Thursday , September 28 2023
Home / ବିଶେଷ / ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶାର ରେଳ ଭିତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୦/୦୯/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ଗଣେଶ ପୂଜା ଅବସରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମିଳିତ ଭାବେ ନୂଆ ଅତ୍ୟାଧୁନିକ ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସର ଶ୍ରୀଗଣେଶ କରିଛନ୍ତି । ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ତଥା ରେଳ ବିଭାଗର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶା ରେଳ ଭିତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି ସୁବିଧା ଦ୍ୱାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଏହି ଅତ୍ୟାଧୁନିକ କୋଚ୍ ଦ୍ୱାରା ତିନୋଟି ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଭୁବନେଶ୍ୱର-ଜଗଦଲପୁର-ହୀରାଖଣ୍ଡ ଏକ୍ସପ୍ରେସ ନୂଆ ଅତ୍ୟାଧୁନିକ ଏଲଏଚବି କୋଚ୍ ଗୁଡ଼ିକ ନିଶ୍ଚିତ ଭାବେ ଯାତ୍ରୀ ମାନଙ୍କୁ ଉତମଏବଂ ଆରାମଦାୟକ ସୁବିଧା ଯୋଗାଇବ ଏବଂ ଅଧିକ ଉର୍ଜା ସଂଚୟ ହୋଇପାରିବ । ମୋଦି ସରକାର ଯାହା କୁହନ୍ତି ତାହା କରନ୍ତି । ମୋଦି ସରକାରରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ବିପୁଳ ଅର୍ଥ ମିଳିଛି । ନୂଆ ରେଳ ଲାଇନ, ରେଳ ଲାଇନର ଦୋହରୀକରଣ, ବିଦ୍ୟୁତକରଣ, ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଆନୁଷାଙ୍ଗିକ ସୁବିଧାକୁ ମୋଦି ସରକାରରେ ସର୍ବାଧିକ ପ୍ରଧାନ୍ୟ ଦିଆଯାଇଛି । ଓଡ଼ିଶା ପରି ରାଜ୍ୟର ସାଧାରଣ ଲୋକମାନେ ଉଡାନ୍ ଯୋଜନାରେ ବିମାନ ସେବାର ଲାଭ ପାଇପାରୁଛନ୍ତି । ଜନଜାତି ଅଧ୍ୟୁଷିତ ଅଂଚଳ ସୁଦୂର ରାୟଗଡ଼ା – କୋରାପୁଟ ଅଂଚଳର ଲୋକମାନେ ଟ୍ରେନରେ ଯାତ୍ରା କରିପାରିବାର ସ୍ୱପ୍ନ ମଧ୍ୟ ସାକାର ହୋଇପାରିଛି । ଏହା କଲ୍ୟାଣକାରୀ ମୋଦି ସରକାରଙ୍କ କାରଣରୁ ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ସୂଚନାଯୋଗ୍ୟ, ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା; ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲକା, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରା ପ୍ରସାଦ ବାହିନୀପତି, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ, ଶ୍ରୀ ମକରନ୍ଦ ମୁଦୁଲି ପ୍ରମୁଖ ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *