କଟକ ସଦର, ୦୯/୦୯/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ପାର୍ଵଣ ପୂର୍ବରୁ କମିଶନରେଟ ପୋଲିସ୍ କୁ ଚକମା ଦେଖାଇ ସ୍ପଷ୍ଟ ଦିବାଲୋକରେ ଗୁଳି କରି ମାଲଗୋଦାମ ବେପାରୀ ଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଵାରେ ସକ୍ଷମ ହୋଇଛନ୍ତି ଅପରାଧୀ। ସଵୁଦିନ ପରି ଜଗତସିଂହପୁର କେନ୍ଦାଳ ତେଲିସାହିର କ୍ଷିରୋଦ ଚନ୍ଦ୍ର ସାହୁ ପିକପ୍ ଭ୍ୟାନରେ ଆଜି ଗୁରୁଵାର ମାଲଗୋଦାମ କୁ ସଉଦାପତ୍ର ଆଣିଵାକୁ ଯାଉଥିବା ବେଳେ କନ୍ଦରପୁର ଥାନା ଅନ୍ତର୍ଗତ କଇଜଙ୍ଗା ହନୁମାନ ମନ୍ଦିର ନିକଟରେ କନ୍ଦରପୁର – ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥରେ ଭ୍ୟାନକୁ ପଛରୁ ପିଛାକରି ମଟର ସାଇକେଲରେ ଆସିଥିବା ଦୁଇଜଣ ଦୃର୍ଵୃତ ଅଟକାଇ ଥିଲେ। କଥା କ’ଣ ବୁଝିବା ପୂର୍ବରୁ ଅପରାଧୀ କ୍ଷିରୋଦ ଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ। ସୈ।ଭାଗ୍ୟଵଶତ ଗୁଳିଟି ମୁଣ୍ଡରେ ନଵାଜିଵାରୁ ଆଉ ଏକ ରାଉଣ୍ଡ ଗୁଳି ଚଳାଇ ଥିଲେ। ଗୁଳିଟି କ୍ଷିରୋଦ ଙ୍କ ଜଂଘରେ ଵାଜିଵାରୁ ସିଏ ଆହତ ହୋଇଥିଲେ। ଏହି ସୁଯୋଗରେ ଦୂର୍ଵୃତମାନେ ତତକ୍ଷଣାତ୍ ଟଙ୍କା ଭର୍ତ୍ତି ଵ୍ୟାଗକୁ ଝାମ୍ପି ନେଇ କଟକ ଆଡକୁ ଚମ୍ପଟ ମାରିଥିବା ଜଣାଯାଇଛି। ଆହତ ଵ୍ୟଵସାୟୀ କ୍ଷିରୋଦ ଙ୍କୁ ଚିକିତ୍ସା ପାଇଁ ପୋଲିସ କଟକ ଵଡ ଡାକ୍ତରଖାନା ପଠାଇ ଅନୁସନ୍ଧାନ ଜାରି ରଖିଛି। ସୂଚନାଯୋଗ୍ୟ ଯେ ଘଟଣାର କିଛି ଦିନ ପୂର୍ବରୁ ଵିରିଡି ଥାନାରେ ନୂତନ ଭାଵେ କାର୍ୟ୍ୟଭାର ଗ୍ରହଣ କରିଥିବା ଥାନା ଅଧିକାରୀ ଙ୍କୁ ଚ୍ୟାଲେଞ୍ଜ କରି ଅନୁରୁପ ଭାଵେ ଦୂର୍ଵୃତମାନେ ଵାଲିଆର ଜଣେ ଆଳୁ ବେପାରୀ ଙ୍କୁ ଗୁଳି କରି ୨ ଲକ୍ଷ ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଥିଲେ ବୋଲି ଜଣାପଡିଛି।ଓଡ଼ିଶା ସମାଚାର