Saturday , December 4 2021
Home / ବିଶେଷ / ସାମ୍ବାଦିକ ସୁଧାଂଶୁଙ୍କୁ ଆକ୍ରୋଶମୂଳକ ଗିରଫ ପ୍ରତିବାଦରେ କେନ୍ଦ୍ରାପଡା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସାମ୍ବାଦିକ ସୁଧାଂଶୁଙ୍କୁ ଆକ୍ରୋଶମୂଳକ ଗିରଫ ପ୍ରତିବାଦରେ କେନ୍ଦ୍ରାପଡା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୦୯/୦୯/୨୦୨୧(ଓଡ଼ିଶା ସମାଚାର)-ସାମ୍ବାଦିକ ସୁଧାଂଶୁ ଶେଖର ରାଉତଙ୍କୁ ଆକ୍ରୋଶମୂଳକ ଭାବେ ପୋଲିସ ଗିରଫ କରିଥିବାରୁ ତାହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ କିଛି ଦିନ ହେବ ସାରା ରାଜ୍ୟରେ ପୋଲିସ ସାମ୍ବାଦିକମାନଙ୍କ ଉପରେ ଆକ୍ରୋଶ ମୂଳକ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବିଭିନ୍ନ ସମୟରେ ସାମ୍ବାଦିକଟିଏ ଭିନ୍ନ ଭିନ୍ନ ଘଟଣାକୁ ନେଇ ସମ୍ବାଦ ପରିବେଷଣ କରିବା ସହ ସେହିଭଳି ଘଟଣାର ପୁନରାବୃତି ନହେବାକୁ ସମାଜକୁ ବାର୍ତା ଦେଇଥାଏ । ଗତ କିଛିଦିନ ତଳେ ଫୋକସ ପ୍ଲସର ସମ୍ପାଦକ ତଥା ସାମ୍ବାଦିକ ସୁଧାଂଶୁ ଶେଖର ରାଉତ ଧାବିକା ଦୂତି ଚାନ୍ଦଙ୍କ ପରିବାର ସଦସ୍ୟଙ୍କ ଆରୋପକୁ ନେଇ ଏକ ଖବର ପ୍ରସାରଣ କରିଥିଲେ । ଏହି ଘଟଣାରେ ଦୂତିଚାନ୍ଦଙ୍କ ଅଭିଯୋଗ ପରେ ସାମ୍ବାଦିକ ସୁଧାଂଶୁଙ୍କୁ ପୋଲିସ ଆକ୍ରୋଶମୂଳକ ଭାବେ ଗିରଫ କରି ଦୋଷୀଙ୍କ ଭଳି ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଘ କହିଛି । ଏହାଦ୍ୱାରା ପୋଲିସ ଗଣମାଧ୍ୟମର କଣ୍ଠରୋଧ କରୁଛି ବୋଲି ସଂଘ ଅଭିଯୋଗ କରିଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯିବା ସହ ସାମ୍ବାଦିକ ସୁଧାଂଶୁଙ୍କୁ ତୁରନ୍ତ ଖଲାସ କରାଯିବା ଏବଂ ଦୂତିଚାନ୍ଦଙ୍କ ବାପା, ମା ଓ ସାନଭଉଣୀଙ୍କୁ ସେ ଦେଇଥିବା ନିର୍ଯ୍ୟାତନା ଅଭିଯୋଗ  ଉପରେ ତଦନ୍ତ କରାଯିବାକୁ ସଂଘ ପକ୍ଷରୁ ସଭାପତି ମହେଶ କୁମାର ପାଢୀ, ସାଧାରଣ ସମ୍ପାଦକ ନିରଞ୍ଜନ ପରିଡା ଓ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରି  ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *