Tuesday , October 26 2021
Breaking News
Home / ବିଶେଷ / ଶାନ୍ତପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କୁ ଆକ୍ରମଣ : ତୀବ୍ର ଉତ୍ତେଜନା

ଶାନ୍ତପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କୁ ଆକ୍ରମଣ : ତୀବ୍ର ଉତ୍ତେଜନା

ନିଶ୍ଚିନ୍ତକୋଇଲି, ୦୯/୦୯/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ଅପରାହ୍ନ ରେ କରୋନା ଟୀକା ଦାନ ଚାଲିଥିବା ବେଳେ, ଦୁଇ ଜଣ ଯୁବକ ଆୟୁଷ ଡାକ୍ତରମୃତ୍ୟୁଞ୍ଜୟ ମହାପାତ୍ର ଙ୍କୁ ଆକ୍ରମଣ କରି ମାଡ଼ ମାରିବା ସହ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଛି । ବନ୍ଧୁପୁର ଗ୍ରାମର ବାସୁଦେବ ଭୋଇ ଓ ଅଞ୍ଜନ ମହାନ୍ତି ଏଭଳି କାଣ୍ଡ ଘଟାଇ ଥିବା ଅଭିଯୋଗ ରୁ ପ୍ରକାଶ । ପୋଲିସ ଅଭିଯୋଗ ପାଇ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କ ପତ୍ତା ମିଳିନଥିବା ଜଣାପଡିଛି । ଏହି ଘଟଣା ଯୋଗୁ ଆଜିର ଟୀକା କରଣ କାର୍ୟ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।  ଏହି ଘଟଣା ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଙ୍କ ମଧ୍ୟରେ ନୈରାଶ୍ୟ ଦେଖା ଦେଇଛି । ଓଡିଶା ସମାଚାର

About admin

Check Also

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ

ପାରାଦୀପ ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ମଙ୍ଗଳବାର ଦିନ ପୂର୍ବାହ୍ନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *