Wednesday , December 8 2021
Home / ବିଶେଷ / ରାଜଗାଙ୍ଗପୁର ଟାଉନ ଉପରେ ବଡ ଧରଣ ର ଡକାୟତି

ରାଜଗାଙ୍ଗପୁର ଟାଉନ ଉପରେ ବଡ ଧରଣ ର ଡକାୟତି

ରାଜଗାଙ୍ଗପୁର ୦୯/୦୯/୨୦୨୧(ଓଡ଼ିଶା ସମାଚାର/ ପ୍ରତାପ ଚନ୍ଦ୍ର ସାହୁ)-ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଟାଉନ ଉପରେ ହୋଇଛି ଏକ ବଡ ଧରଣ ର ଡକାୟତି । ଆଜି ଭୋର ପ୍ରାୟ ୨ ଟା ରୁ ୩ ଟା ପାଖାପାଖି ସମୟ ରେ ୭ ଜଣ ଦୁର୍ବୃତ ରାଜଗାଙ୍ଗପୁର ମେନ୍ ରୋଡ ରେ ଥିବା ଶ୍ରୀବସ୍ତ୍ରମ୍ ଲୁଗା ଦୋକାନ ର ମାଲିକ କମଲ ଅଗ୍ରୱାଲ ଙ୍କ ବାସଭବନ ର ପଛ ପଟରୁ କାନ୍ଥ ଡେଇଁ କବାଟ ଭାଙ୍ଗି ବିଭିନ୍ନ ମାରଣାସ୍ତ୍ର ଭୁଜାଲି, ରଡ କାଠଫାଳିୟା ଧରି ଧକ୍କା ମାରି ତାଙ୍କୁ ଭୟଭିତ୍ କରି ପ୍ରାୟ ଆନୁମାନିକ ୨୦ ଲକ୍ଷ ଟଙ୍କାର ର ସମ୍ପତି ଲୁଟ କରି ଥିଲେ । ଶ୍ରୀ କମଲ ଅଗ୍ରୱାଲ ଙ୍କ ପରିବାର ବର୍ତ୍ତମାନ ଭୟଭିତତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳ ରେ ରାଜଗାଙ୍ଗପୁର ପୋଲିସ ପହଞ୍ଚି ଛାନଭିନ କରି ତଦନ୍ତ ଚଳାଇଛି । ଖୁବ ଶୀଘ୍ର ଘଟଣାର ପର୍ଦ୍ଧାଫାସ ହେବ ବୋଲି ପୋଲିସ କହିଛି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *