ଭୁବନ ୦୯/୦୯/୨୦୨୧(ଓଡ଼ିଶା ସମାଚାର)- ଭାରତବିକାଶ ପରିଷଦ ସହିଦ୍ ବାଜିରାଉତ ଶାଖା ଆନୁକୂଲ୍ୟରେ ଭୁବନ ଉଚ୍ଚ ବିଦ୍ୟାଳୟରେ ଗୁରୁ ବନ୍ଦନ,ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାଖା ସଭାପତି ଇଂ ବାବୁଚାନ୍ଦ ମହାଳିକ ଙ୍କ ଅଧ୍ୟକ୍ଷତା ଓ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ମାତରମ ଗାନ କରାଯାଇଥିଲା । ସଭାପତି ଇଂ ମହାଳିକ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ,୧୯୬୩ ମସିହାରେ ଭାରତ ବିକାଶ ପରିଷଦ ପ୍ରତିଷ୍ଠା ହୋଇ ସେବା,ସଂସ୍କାର ଓ ସମର୍ପଣର ମନୋଭାବ ନେଇ ସର୍ବଭାରତୀୟ ସ୍ତରରେ କାର୍ଯ୍ୟ କରୁଛି । ଭୁବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ ବନ୍ଦନ କାର୍ଯ୍ୟକ୍ରମ ଦ୍ୱାରା ଗୁରୁଶିଷ୍ୟ ପରମ୍ପରା ଅତୁଟ ହୋଇ ରହିବବୋଲି କହିଥିଲେ । ସମ୍ମାନୀତ ଅତିଥି ମନମୋହନ ତ୍ରିପାଠୀ ସଂଗଠନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପୁରାତନ ଶିକ୍ଷକ ଚୈତନ୍ୟ ମିଶ୍ର,ଜୟକୃଷ୍ଣ ସାହୁ,ଅଜୟ କୁମାର ପଣ୍ଡା,ପ୍ରଫୁଲ୍ଲ ମିଶ୍ର,କାଳନ୍ଦି ସାଥୁଆମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ,ପ୍ରଶଂସାପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ମାଟ୍ରିକ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ର ନିତିଶ କୁମାର ପୋଥାଳ,ସୁବ୍ରତ ସାହୁ,ସ୍ୱୟମ ଶୁଭମ ଦାସ,ଆଦିତ୍ୟ ପ୍ରସାଦ ସିଂ,ଛାତ୍ରୀ ରେଖାଙ୍କିତ ସିଂଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ଶୁଭେନ୍ଦୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମୋସ୍କୁଲ ଅଭିଯାନର ସଭାପତି ପ୍ରଭାସ କୁମାର ସେନାପତି,ସନାତନ ପାତ୍ର,ନିରଂଜନ ଗୁରୁ,ଅମ୍ବୁଜ ସାହୁ,ଅନିମେଶ ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର