Sunday , October 1 2023
Home / ବିଶେଷ / ବ୍ରହ୍ମାକୁମାରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମାକୁମାରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୧(ଓଡ଼ିଶା ସମାଚାର)-ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣୀଙ୍କ ୧୪ତମ ପୂଣ୍ୟତିଥି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଲନଗର ପଂଚାୟତ ଅଧିନସ୍ଥ ସୁଜାନଗର ଶିବମନ୍ଦିର ପାଶ୍ୱର୍ରେ ସ୍ଥାନୀୟ ନାୟବ ସରପଂଚ ସୁଜାତା ସାହୁଙ୍କ ସହଯୋଗରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହରର ସୁନାଇଲୋସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ରର ସଂଚାଳିକା ବ୍ର.କୁ. ସ୍ନେହ ଭଉଣୀ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ବ୍ର.କୁ ସୁମିତ୍ରା, ବ୍ର.କୁ ନୃସିଂହ, ବ୍ର.କୁ. ସଚିନ୍ଦ୍ର, ବ୍ର.କୁ ସମୀର, ବ୍ର.କୁ ହେମନ୍ତ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *