ଭୁବନେଶ୍ୱର,୦୯/୦୯/୨୦୨୧(ଓଡ଼ିଶା ସମାଚାର)- ବାଲୁଗାଁ ଏନଏସି ଅଫିସ ଆଗରେ ଗଣ୍ଡଗୋଳ କରିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ମହଙ୍ଗା ପଡିଛି। ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଜଗଦେବଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଚିଲିକା ବିଧାୟକ ପ୍ରଶାନ୍ତ ବିଧାୟକ ବାଲୁଗାଁ ଏନଏସି ଅଫିସ ଆଗରେ ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ମାଡ ମାରିଥିଲେ । ଏ ନେଇ ଜଗଦେବଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିଲା। ଏହି କାରଣରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା ଅନୁମାନ କରାଯାଉଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆଚରଣ ନେଇ ଅତୀତରେ ସେ ଅନେକ ଥର ବିବାଦୀୟ ହୋଇଛନ୍ତି। ଦଳର ଭାବମୂର୍ତ୍ତି ଦୃଷ୍ଟିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷରେ ଗଣେଶ ଜଗଦେବ ଓରଫ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଖାଲି ଦଳରୁ ନିଲମ୍ବିତ ହେଲେ ନୁହେଁ । ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ମଧ୍ୟ ଚାଲିଯାଇଛି। ଓଡ଼ିଶା ସମାଚାର