କଟକ ସଦର, ୦୯/୦୯/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ବିଧାନସଭାରେ ଓଡ଼ିଶା ଗ୍ରାମପଞ୍ଚାୟତ ଵିଧିର ୧୯୬୪,ଓଡିଶା ପଞ୍ଚାୟତ ସମିତି ଵିଧିର୧୯୫୯,ଓଡିଶା ଜିଲ୍ଲା ପରିଷଦ ଵିଧିର୧୯୯୧(ସଂଶୋଧନ) ବିଧାୟକ ବୁଧବାର ଗୃହିତ ହୋଇଯାଇଥିଵାରୁ ପୈ।ର ଓ ପଞ୍ଚାୟତ ନିର୍ବାଚନ ପାଇଁ ଥିବା ପ୍ରତିବନ୍ଧକ ହଟିଛି। ହେଲେ ସରକାରଙ୍କ ପଛୁଆ ବର୍ଗ ( ଓଵିସି) ପାଇଁ ୨୭% ସଂରକ୍ଷଣ ଘୋଷଣା କେଵଳ ଧୂଆଁ ଵାଣ ସଦୃଶ ହେଵାକୁ ଯାଉଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ଗତ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ପାଇଁ ୧୭.୧, ଅନୁସୂଚିତ ଜନଜାତି ପାଇଁ ୨୨.୮ ଓ ଓଵିସି ପାଇଁ ୩୭% ଆସନ ସଂରକ୍ଷିତ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ସଂରକ୍ଷଣ ସୀମାକୁ ୫୦% ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ଙ୍କ ରାୟକୁ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ। ଏଥିପାଇଁ କୋର୍ଟ ଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଇନରେ ସଂଶୋଧନ ର ଆବଶ୍ୟକତା ଥିଲା।ହେଲେ ତାହା କରାନଯିବାରୁ ଵିଲ୍ ପାରିତ ହୋଇଗଲା। ସଂଶୋଧିତ ଵିଲ୍ ଅନୁସାରେ ଅନୁସୁଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷଣ କମାଯିଵ ନାହିଁ।ଉଭୟ ଵର୍ଗଙ୍କ ପାଇଁ ସଂରକ୍ଷଣ ପୂର୍ବପରି ୩୯.୯% ରହିଲେ ପୈ।ର ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ ( ଓଵିସି) ଙ୍କ ପାଇଁ ସଂରକ୍ଷଣ ୧୦ ପ୍ରତିଶତକୁ ଖସିଵା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏଥିପାଇଁ ଓଵିସି ଵର୍ଗଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ଓଡ଼ିଶା ସମାଚାର