Friday , October 29 2021
Home / ବିଶେଷ / ଧୂମାତ ସରପଂଚଙ୍କୁ ବଦନାମ  ପାଇଁ  ମିଥ୍ୟା ଅଭିଯୋଗକାରୀଙ୍କ ବିରୁଦ୍ଧରେ  ଏତଲା – ମିଥ୍ୟା ଅଭିଯୋଗକାରୀଙ୍କୁ ତୁରନ୍ତ ଗିରଫ ଦାବି କଲେ ସରପଂଚ

ଧୂମାତ ସରପଂଚଙ୍କୁ ବଦନାମ  ପାଇଁ  ମିଥ୍ୟା ଅଭିଯୋଗକାରୀଙ୍କ ବିରୁଦ୍ଧରେ  ଏତଲା – ମିଥ୍ୟା ଅଭିଯୋଗକାରୀଙ୍କୁ ତୁରନ୍ତ ଗିରଫ ଦାବି କଲେ ସରପଂଚ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଂଚାୟତର ସରପଂଚ ନରହରି ପାଣି ତାଙ୍କ ନାମରେ ହୋଇଥିବା ମିଥ୍ୟା ଅଭିଯୋଗ ବିରୁଦ୍ଧରେ ନିକିରାଇ ଥାନାରେ ଏତଲା ଦେଇଥିବା ସୂଚନା ଦେଇଛନ୍ତି । ଏଥିସହିତ ସେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି  ସେହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ ଧୂମାତ ପଂଚାୟତର ଦେବଦତ ଜେନା, ପଙ୍କଜ ସାହୁ, ଉମାକାନ୍ତ ମଳିକ ଓ ଦେବାଶିଷ ସ୍ୱାଇଁ ପ୍ରମୁଖ ଧୂମାତ ସରପ ନରହରି ପାଣିଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏଥି ସହିତ ତାଙ୍କୁ ବିଭିନ୍ନ ସମୟରେ ଏମାନେ ଦାଦାବଟି ମାଗିବା ସହ ଧମକ ମଧ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ସେମାନେ ଆଂଚଳିକ ବିକାଶ ପରିଷଦ ନାମରେ ଏକ ମିଥ୍ୟା ସଂଗଠନ ଗଠନ କରି ଲୋକମାନଙ୍କୁ ଜଣାଇବା ପାଇଁ ମିଥ୍ୟା ଅଭିଯୋଗମାନ ତାଙ୍କ ନାମରେ ଆଣି ସାମାଜିକ ଗଣମାଧ୍ୟମରେ ତାଙ୍କୁ ବଦନାମ କରୁଛନ୍ତି । ଏହାଦ୍ୱାରା ତାଙ୍କ ଆତ୍ମସମ୍ମାନରେ ଘୋର ଆଂଚ ଆସିଛି ବୋଲି ସେ ଅଭିଯୋଗ କରିଛନ୍ତି । ୪ଥର  ପଂଚାୟତର ସରପଂଚ ହୋଇଥିବା ଶ୍ରୀ ପାଣି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଗତ ୨୦୧୧ମସିହାରେ ଶ୍ରେଷ୍ଠ ସରପଂଚ ଭାବେ ପୁରସ୍କୃତ ହୋଇଛନ୍ତି । ତାଙ୍କ ଭଳି ପଂଚାୟତର ସେବା କରି ଆସୁଥିବା ଜଣେ ଜନପ୍ରତିନିଧିଙ୍କୁ ଉଦେଶ୍ୟମୂଳକ ଭାବେ ବଦନାମ କରିବା ଓ ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ କାର୍ଯ୍ୟକାରିତାରେ ବାଧା ଦେଉଥିବା ଏଭଳି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ପାଣି ଏତଲାରେ ନିବେଦନ କରିବା ସହ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ମଧ୍ୟ ଦାବି କରିଛନ୍ତି । ପଂଚାୟତବାସୀମାନେ ମଧ୍ୟ ସରପଂଚଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି କେନ୍ଦ୍ରାପଡା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *