Wednesday , October 4 2023
Breaking News
Home / ବିଶେଷ / ଜନସ୍ୱାସ୍ଥ୍ୟ ବିଭାଗର ବେପରୁଆ ନୀତି : ପାଇପ ପକାଇବାକୁ ରାସ୍ତା ଖୋଳିଦେବାଯୋଗୁ ଯାତାୟତରେ ସମସ୍ୟା

ଜନସ୍ୱାସ୍ଥ୍ୟ ବିଭାଗର ବେପରୁଆ ନୀତି : ପାଇପ ପକାଇବାକୁ ରାସ୍ତା ଖୋଳିଦେବାଯୋଗୁ ଯାତାୟତରେ ସମସ୍ୟା

ଭୁବନ,୦୯/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ଜନସ୍ୱାସ୍ଥ୍ୟ ବିଭାଗର ବେପରୁଆ ନୀତି ସାଙ୍ଗକୁ ଦୂରଦୃଷ୍ଟି ଅଭାବଯୋଗୁ ସ୍ଥାନୀୟ ଏନଏସି ପ୍ରଶାସନ ବିପୁଳ କ୍ଷତି ସହୁଛି । ସଂପୃକ୍ତ ବିଭାଗ ଏନଏସି ଅଫିସରୁ କ୍ଲିୟରାନ୍ସ ନନେଇ ସାରା ସହରରେ ପାଇପ ପକାଇବା ସକାଶେ ମନଇଚ୍ଛା ରାସ୍ତାଖୋଳି ଦେଉଥିବାରୁ ଏନଏସି ପ୍ରଶାସନ ଆର୍ଥôକ କ୍ଷତି ସହି ବାଧ୍ୟ ହୋଇ ପୁନର୍ବାର କଂକ୍ରିଟ ରାସ୍ତା ନିର୍ମାଣ କରୁଛି । କନିଷ୍ଠଯନ୍ତ୍ରୀ ଜଣକ ଦୀର୍ଘ ୧୦ ବର୍ଷ ହେଲା ଏଠାରେ ରହି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଠିକାଦାର ଙ୍କ ମାଧ୍ୟମରେ ସିଂହଭାଗ ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହେଉଛି । ଗତ ୨/୩ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ହେଉଥିବାବେଳେ ଜନସ୍ୱାସ୍ଥ୍ୟ ବିଭାଗ ୧ ନମ୍ବର ୱାର୍ଡର କେନାଲ ଅଂଚଳରେ ରାସ୍ତାଖୋଳି ପାଇପ ପକାଇବା କାମ କରୁଛି । ଏହି ରାସ୍ତାଟି ମାଟିରାସ୍ତା ହୋଇଥିବାରୁ ବର୍ତମାନ ଆଣ୍ଠୁଏ କାଦୁଅ ରେଭର୍ତି ହୋଇଛି । ସ୍ଥାନୀୟ ବାସିନ୍ଦା ଚାଲିକରି ଯିବା ମଧ୍ୟ ସମ୍ଭବ ହେଉନାହିଁ ଓ ଏକ ପ୍ରକାର ଜଳବନ୍ଦି ଅବସ୍ଥାରେ ରହିଥିବା ସଂପର୍କରେ ଏନଏସି ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ଙ୍କ ନିକଟରେ ଲିଖିତ ଅଭିଯୋଗ କରି ଉକ୍ତରାସ୍ତାକୁ ଗମନାଗମନ ଉପଯୋଗୀ କରିବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *