କଟକ ସଦର, ୦୯/୦୯/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ଵଡ ମେଡିକାଲରେ ଚିକିତ୍ସାରେ ଅବହେଳା କରାଯାଉଥିବା ପ୍ରତିବାଦରେ ବିଧାନ ସଭା ଆଗରେ( ବିଧାନସଭା ଚାଲିଥିବା ସମୟରେ) ବୁଧବାର ଦିନ ନିଜର ହାତ କାଟିବା ସହ ଵିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଦୁଷ୍ମନ୍ତ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଏସ୍ ସି ଵି ରେ ମୃତ୍ୟୁ ଘଟିଥିବା ଅଭାବନୀୟ ଖଵର ଜଣାପଡ଼ିଛି। ଘଟଣାସ୍ଥଳରୁ ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଵଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇଵା ସମ୍ଭବ ହୋଇନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାକୁ ନେଇ କଟକ ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ସେହି ରାତିରେ ଶବ ବ୍ୟବଛେଦ କରାଯିବା ପରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ ଏସକଟରେ ପୁରୀ ନିଆଯାଇ ପୁରୀଠାରେ ଶବ ବ୍ୟବଛେଦ କରାଯାଇଛି । କୁଜଙ୍ଗ ବ୍ଲକ୍ ପ୍ରଶାସନ ପକ୍ଷରୁ ତାଙ୍କ ପତ୍ନୀ ଙ୍କୁ ୧ ଲକ୍ଷ ଟଙ୍କାର ସହାୟତାର ଚେକ୍ ଦିଆଯାଇଛି । ଓଡ଼ିଶା ସମାଚାର