Monday , December 6 2021
Breaking News
Home / ବିଶେଷ / ୫ କୋଟି ଟଙ୍କାରେ ନିର୍ମିତ ହେବ କେନ୍ଦ୍ରାପଡା ପୌରପାଳିକା ପ୍ରଶାସନିକ କାର୍ଯ୍ୟାଳୟ

୫ କୋଟି ଟଙ୍କାରେ ନିର୍ମିତ ହେବ କେନ୍ଦ୍ରାପଡା ପୌରପାଳିକା ପ୍ରଶାସନିକ କାର୍ଯ୍ୟାଳୟ

କେନ୍ଦ୍ରାପଡ଼ା, ୦୮/୦୯/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରପାଳିକାର ନୂତନ ପ୍ରଶାସନିକ କାର୍ଯ୍ୟାଳୟ ପାଇଁ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିଧାନସଭାରେ ପ୍ରସ୍ତାବ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ୫କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି । ଦେଢ ଶହ ବର୍ଷର ପୁରାତନ କେନ୍ଦ୍ରାପଡ଼ା ପୌରପାଳିକାର କାର୍ଯ୍ୟାଳୟ ବହୁ ପୁରୁଣା ହୋଇଗଲାଣି । ତେଣୁ କେନ୍ଦ୍ରାପଡ଼ା ପୌରପାଳିକାର ଏକ ଅତ୍ୟାଧୁନିକ ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ବେହେରା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ । ଏହି ଦାବିକୁ ମଙ୍ଗଳବାର ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅନୁମୋଦନ କରିଥିବା ବିଧାୟକ ଶ୍ରୀ ବେହେରା କହିଛନ୍ତି । ଶ୍ରୀ ବେହେରା କହିଛନ୍ତି ପୌରପାଳିକାର ଯେଉଁ ଅଟାଳିକାଟି ଅଛି ତାହା ବହୁ ପୁରୁଣା ହୋଇଗଲାଣି । ତେଣୁ ବିଭିନ୍ନ ପ୍ରକାର ବୈଠକ ବସିବାରେ ନାନା ପ୍ରକାର ସମସ୍ୟା ଦେଖାଦେଉଛି । ଏହା ହୃଦୟଙ୍ଗମ କରି ମୁଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲି ଏକ ନୂତନ ଅଟାଳିକା କରିବା ପାଇଁ । ମଙ୍ଗଳବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ମଞ୍ଜୁର କରିଛନ୍ତି । ଏଥିସହ ମୁଁ ଦାବି କରିଥିଲି ଯେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବହୁମୂଖୀ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ । ଏଥିପାଇଁ ମଧ୍ୟ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୋମବାର ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଉଭୟ ମନ୍ତ୍ରୀଙ୍କୁ ବିଦାୟକ ଶ୍ରୀ ବେହେରା ଏଥିନିମନ୍ତେ କୃତଜ୍ଞତା ଜଣାଇଥିବା କହିଛନ୍ତି । ଏହି ଖବର ପହଂଚିବା ପରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଖୁସୀର ଲହରୀ ଖେଳି ଯାଇଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *