Monday , January 24 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସରିଲା ସରକାରଙ୍କ ପୂଜା କମିଟି ବୈଠକ –  ନିଷ୍ପତ୍ତି ଦୁଇ ଦିନ ପାଇଁ ସଂରକ୍ଷିତ

ସରିଲା ସରକାରଙ୍କ ପୂଜା କମିଟି ବୈଠକ –  ନିଷ୍ପତ୍ତି ଦୁଇ ଦିନ ପାଇଁ ସଂରକ୍ଷିତ

କଟକ ସଦର, ୦୮/୦୯/୨୦୨୧(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଶାରଦୀୟ ପୂଜାରେ ମା’ ଦୂର୍ଗାଙ୍କ ଉଚ୍ଚତା ବୃଦ୍ଧି,ମଣ୍ଡପରୁ ପରଦା ହଟାଇବା ସହିତ ଅନ୍ୟାନ୍ୟ କଟକଣା ଉଠାଇଦେଵାକୁ କଟକରେ ପ୍ରତୀକ ଆନ୍ଦୋଳନ ୭ ହେଲା ଚାଲୁରହିଥିଵା ବେଳେ ଗତକାଲି ମଙ୍ଗଳବାର ଏଥିପାଇଁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ପରେ ଏହାର ପୁନର୍ଵିଚାର ପାଇଁ ବାଚସ୍ପତି ରୁଲିଙ୍ଗ୍ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଆଜି ବୁଧବାର ସରକାରଙ୍କ ପକ୍ଷରୁ ଲୋକସେବା ଭଵନରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆଲୋଚନା ପର୍ୟ୍ୟାଲୋଚନା କରାଯାଇ ଦୁଇ ଦିନ ପରେ ନିଷ୍ପତ୍ତି ଜଣାଯିଵ ଵୋଲି କଟକ ମହାନଗର ପୂଜା କମିଟି ସଂପାଦକ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଠାରୁ ଜଣାଯାଇଛି। ଏଥିପାଇଁ କଟକ ନଗର ଵିଜେପି ପକ୍ଷରୁ କଟକ ଵନ୍ଦ ଡାକରା ଦିଆଯାଇଥିବା ବେଳେ ଵିଜେଡି ଜିଲ୍ଲା ସଭାପତି ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦୂର୍ଗା ପୂଜା କ’ଣ ଖାଲି ବିଜେପି ର ବୋଲି କହିଛନ୍ତି। ଏ ସମ୍ପର୍କରେ ଗତକାଲି ମଙ୍ଗଳବାର ‘ ଓଡ଼ିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା।ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *