ଭୁବନେଶ୍ୱର,୦୮/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱର ଓକିଲ ସଂଘର ସମ୍ପାଦକ ରାଜ କିଶୋରର ଦାସଙ୍କ ପିତା ଓୟୁଏଟିର ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ, ସଫିିପୁର ତଥା ରାଜଧାନୀ ଶିରିପୁରର ଜଣାଶୁଣା ସମାଜସେବୀ ବୃନ୍ଦାବନ ଦାସଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବରିଷ୍ଠ ଆଇନଜୀବୀ ମୁରବୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏଥିିରେ ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ଶିବାନନ୍ଦ ରାୟ, ତୁଷାର ମହାନ୍ତି, ବର୍ତମାନର ସଭାପତି ନିର୍ମଳ କିଶୋର ରଥ, ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ସିତାଂଶୁ ମୋହନ ଦ୍ୱିବେଦୀ, ଜ୍ଞାନ ରଞ୍ଜନ ମହାନ୍ତି, ବିଭୂ ପ୍ରସାଦ ତ୍ରିପାଠୀ, ଅରୂପ ଚାନ୍ଦ,ଅମର ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ, ଉଚ୍ଚ ନ୍ୟାୟାଳୟ ଓକିଲ ସଂଘ ସମ୍ପାଦକ ସଞ୍ଜୟ ଦାସ, ଜଟଣୀ ଏବଂ ଭୁବନେଶ୍ୱର ଓକିଲ ସଂଘରର ସମସ୍ତ କର୍ମକର୍ତା ଆଦି ୩୦୦ରୁ ଉର୍ଦ୍ଧ ଆଇନଜୀବୀ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର