Tuesday , March 28 2023
Breaking News
Home / ବିଶେଷ / ସଟସର୍କିଟ ଯୋଗୁ ୧୦୮ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ

ସଟସର୍କିଟ ଯୋଗୁ ୧୦୮ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା, ୦୮/୦୯/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର କଜଳା ପେଟ୍ରୋଲ ପମ୍ପ ନିକଟରେ ସୋମବାର ପୂର୍ବାହ୍ନରେ ଏକ ୧୦୮ ଅମ୍ବୁଲାନ୍ସରେ ସଟସର୍କିଟ ଯୋଗୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଡ୍ରାଇଭର ସିଟ ସମେତ ଗାଡି ଇଞ୍ଜିନର କେତେକ ଯନ୍ତ୍ରାଂଶ ପୋଡିଯାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡି କେନ୍ଦ୍ରାପଡା ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି । ଏହି ଅଗ୍ନିକାଣ୍ଡରେ ଆମ୍ବୁଲାନ୍ସଟି ପୋଡିଯିବା ପୂର୍ବରୁ ଗାଡିଚାଳକ ଗାଡିରୁ ଓହ୍ଲାଇ ପଡି ନିଆଁକୁ ପାଣି ପକାଇ ନିୟନ୍ତ୍ରଣ କରିଥିଲେ । ଫଳରେ ଆମ୍ବୁଲାନ୍ସଟିର ବିଶେଷ କିଛି କ୍ଷତି ହେବା ପୂର୍ବରୁ ରକ୍ଷା ପାଇଯାଇଛି । ଗାଡି ବ୍ୟାଟେରୀରୁ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସମ୍ପୃକ୍ତ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ଠାରୁ ଜଣାପଡିଛିି । ଗାଡିଟି ଘଟଣା ସ୍ଥଳରେ ପଡିରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.