ନିରାକାରପୁର, ୦୮/୦୯/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂହ ପଂଚାୟତ ରାୟପୁର ଗ୍ରାମର ଡ଼ମ୍ବୁର ଶ୍ରୀଚନ୍ଦନ ଗତକାଲି ଭୋରୁ ୫ଟାରେ ଶୌଚ ହେବାକୁ ଯାଇ ଘରକୁ ଫେରି ନଥିଲେ । ଫଳରେ ଘର ଲୋକ ଓ ଗ୍ରାମବାସୀ ବହୁତ ଖୋଜାଖୋଜି କରି ନିରାଶ ହେବା ପରେ ଅଗ୍ନିଶମ ବିଭାଗକୁ ଡ଼କାଇଥିଲେ । ସେମାନେ ବି ମଲାଗୁଣୀ ନଦୀରେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ଡ଼ମ୍ବୁରଙ୍କର ପତା ପାଇ ନଥିଲେ । ଫଳରେ ପରିବାର ଲୋକ ଜଙ୍କିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳୁ ଓରବରସିଂହ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଡ଼ମ୍ବୁରଙ୍କ ଶବ ଭାସୁଥିବାର ଦେଖି ଜଙ୍କିଆ ପୋଲିସଙ୍କୁ ଗ୍ରାମବାସୀ ଜଣାଇଥିଲେ । ପରେ ପୋଲିସ ପହଂଚି ଶବକୁ ନଦୀରୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର