କଟକ, ୦୮/୦୯/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜା ବହଳପଡା ଗୋପୀନାଥ ପୀଠସ୍ଥଳି ପରିସରରେ ଶିକ୍ଷା ଓ ସାମାଜିକ ଦାରିତ୍ଵବୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଶିକ୍ଷା ଦିଗରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ଆଦର୍ଶ ଶିକ୍ଷକ ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବହଳପଡା ଗ୍ରାମ କମିଟିର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କିଶୋର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଗ୍ରାମ କମିଟିର ସମସ୍ତ ସଭ୍ୟ,ବହୁ ଜନସାଧାରଣ, ମହିଳା,ଅଭିଭାବକ,ଶିକ୍ଷାବିତ୍ ଆଲୋଚନା ଚକ୍ରରେ ଭାଗନେଇଥିଲେ । ପରିଷଦ ପକ୍ଷରୁ ଶିକ୍ଷାର ଉନ୍ନତି ଦିଗରେ କାର୍ୟ୍ୟକର୍ତ୍ତା ମାନଙ୍କର ଶ୍ରମ ଓ ଜନସାଧରଣଙ୍କ ସହଯୋଗକୁ ପରିଷଦର ସଭାପତି ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର