କଟକ, ୦୮/୦୯/୨୦୨୧(ଓଡ଼ିଶା ସମାଚାର)- କଟକ ଜିଲ୍ଲାର ଏକାଧିକ ସାମାଜିକ ସଂଗଠନ ଓଏମପି ଛକଠାରେ ଏକତ୍ରିତ ହୋଇ ଦୂଗତୀନାସିନୀ ମା ଦୁର୍ଗାଙ୍କର ପୂଜାରେ କୌଣସି ପ୍ରକାର ବାଧା ସୃଷ୍ଟି ନ ହେଉ ଏନେଇ କଟକ ବାସିନ୍ଦା ମାନଙ୍କର ଅଭିନବ ଉପୟାରେ ଦାବି ଜଣାଇଛନ୍ତି । ଶ୍ରଦ୍ଧାଳୁ ମାନେ ହାତରେ ବ୍ଲକକାର୍ଡ ଓ ବ୍ୟାନର ଧରି ଛିଡାହୋଇ ଏହି ଖବର ସରକାରଙ୍କ ପାଖରେ ପହଞ୍ଚାଇଛନ୍ତି । ଏଥିରେ ଓଲିଉଡ଼ର କଳାକାର ଶ୍ରୀତମ ଦାସ ଓ ବୁଦ୍ଧିଜୀବୀ, ସାମାଜିକ କର୍ମୀ ମାନେ ଉପସ୍ଥିତଥିଲେ ।ଓଡ଼ିଶା ସମାଚାର