ଭୁବନ ୦୮/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଦେଶ ସ୍ୱାଧିନତାର ୭୫ ବର୍ଷ ଉପଲକ୍ଷେ ‘ଆଜାଦି କି ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସ୍ୱଚ୍ଛତା ହିଁ ସେବା ସଂପର୍କରେ ଆଲୋକପାତ କରିଥିଲେ ଓ ସ୍ୱଚ୍ଛଭାରତ ଜରିାାରେ ସୁସ୍ଥ ଭାରତ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଫିଟ୍ ଇଣ୍ଡିଆ ଫାଉଣ୍ଡେସନ ଓ ଜାତୀୟ ସେବା ସଂସ୍ଥା ୟୁନିଟ ର ଅଧ୍ୟାପକ ବାସୁଦେବ ସାହୁ,ପୂର୍ବତନ ବରିଷ୍ଠ ଏନଏସଏସ ପ୍ରୋଗ୍ରାମ ଅଫିସର ,ୟୁନିଟ ହେଡ୍ ଅଧ୍ୟାପକ ହୃଦାନନ୍ଦ ବେହେରା,କରୁଣାକର ରାଉଳ,ସୁକାନ୍ତ କୁମାର ସାହୁ,ଡଃ ଶ୍ରାବଣୀ ଅଳ୍ପନା,ଲାଇବ୍ରେରୀଆନ ନନ୍ଦ କିଶୋର ଧୀର,ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଜରିଆରେ କଲେଜ ପରିସରକୁ ସଫା କରିଥିଲେ । ଓଡ଼ିଶା ସମାଚାର