Monday , September 25 2023
Breaking News
Home / ବିଶେଷ / ବର୍ଷା ପାଣିରେ ନିରାକାରପୁର- ଷ୍ଟେସନ ରାସ୍ତା ବେହାଲ: କର୍ତୃପକ୍ଷଙ୍କ ଦୃଷ୍ଟିପଡ଼ୁ

ବର୍ଷା ପାଣିରେ ନିରାକାରପୁର- ଷ୍ଟେସନ ରାସ୍ତା ବେହାଲ: କର୍ତୃପକ୍ଷଙ୍କ ଦୃଷ୍ଟିପଡ଼ୁ

ନିରାକାରପୁର, ୦୮/୦୯/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟ ବଜାରରୁ ରେଳ ଷ୍ଟେସନ ଓ କାଶୀପୁରକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ବର୍ତମାନ ଶୋଚନୀୟ  । ବର୍ଷା ହେଲା ମାତ୍ରେ ନନପଡ଼ା ସାହି ମୁଣ୍ଡ ଆରଡ଼ି ରାସ୍ତାରେ ପାଣି ଜମିରହି ଲୋକଙ୍କର ଯାତାୟତରେ ଅସୁବିଧା ସୃଷ୍ଟି କରୁଛି । କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମି ରହୁଛି । ପାଣି ଜମିବାରୁ ଉକ୍ତ ରାସ୍ତାରେ ବହୁସଂଖ୍ୟକ ଖାଲଡ଼ିପ ହେବାରୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିବାର ଦେଖିବାକୁ ମିଳୁଛି । ଏହି ରାସ୍ତା ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ରେଳଯାତ୍ରୀ ଓ କାଶୀପୁର, ମୋରମୋରସିଂହ, ନୂଆଗଡ଼ ପଂଚାୟତ ବାସୀ ଯାତାୟତ କରୁଛନ୍ତି । ବର୍ଷାଦିନେ ଏହି ରାସ୍ତାରେ ଆଣଣ୍ଠୁଏ ପାଣିରେ ପଶି ଯିବାକୁ ପଡ଼ୁଛି । ଏହି ରାସ୍ତାରେ ଜମି ରହୁଥିବା ବର୍ଷା ଜଳ କିପରି ସୁବିଧାରେ ଡ଼୍ରେନ ହୋଇପାରିବ ସେଥିପାଇଁ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *