Monday , December 6 2021
Breaking News
Home / ବିଶେଷ / ଫାଇନାନ୍ସ ଋଣ ଆଦାୟ ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଋଣ ଆଦାୟକାରୀଗିରଫ

ଫାଇନାନ୍ସ ଋଣ ଆଦାୟ ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଋଣ ଆଦାୟକାରୀଗିରଫ

ନିରାକାରପୁର, ୦୮/୦୯/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଲହଙ୍ଗା ଗ୍ରାମରୁ ଭାରତ ଫାଇନାନ୍ସର ଜଣେ ଋଣ ଆଦାୟକାରୀ କର୍ମଚାରୀ ଗତକାଲି ଋଣ ଟଙ୍କା ଧରି ଆସୁଥିବାବେଳେ ଦୁଇଜଣ ଯୁବକ ଏକ ଆପାଚି ଗାଡ଼ିରେ ଆସି ବନ୍ଧୁକ ଦେଖାଇ ୫୪ହଜାର ୫୩ ଟଙ୍କା ନେଇ ପଳାଇଥିବାର ଜଙ୍କିଆ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଭାରତ ଫାଇନାନ୍ସ ମ୍ୟାନେଜର ପଚରାଉଚରା କରି ଜାଣିବାକୁ ପାଇଥିଲେ କି ଉକ୍ତ ଋଣ ଆଦାୟକାରୀ କର୍ମଚାରୀ ରଞ୍ଜିତ ବେହେରା ଏହି ଲୁଟ ଘଟଣାରେ ନିଜେ ସଂପୃକ୍ତ ରହିଛି । ତେଣୁ ସେ ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଂଟିଆଙ୍କୁ ଏ ସମ୍ବନ୍ଧରେ ଜଣାଇବା ପରେ ପୋଲିସ ଆଜି ରଞ୍ଜିତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *