Monday , March 27 2023
Breaking News
Home / ବିଶେଷ / ପାର୍ଵଣ ପାଇଁ ପୋଲିସର ଧରପଗଡ ଅଭିଯାନ : ଟାର୍ଗେଟରେ ୧୫୦ ରୁ ଉର୍ଦ୍ଧ୍ବ ପେଶାଦାର ଅପରାଧୀ

ପାର୍ଵଣ ପାଇଁ ପୋଲିସର ଧରପଗଡ ଅଭିଯାନ : ଟାର୍ଗେଟରେ ୧୫୦ ରୁ ଉର୍ଦ୍ଧ୍ବ ପେଶାଦାର ଅପରାଧୀ

କଟକ ସଦର, ୦୮/୦୯/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ପାର୍ଵଣ ପୂର୍ବରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କମିଶନରେଟ୍ କଟକ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ରହିଥିଵା ହାଡକୋର ଓ ପେଶାଦାର ଅପରାଧୀ ମାନଙ୍କୁ ଧରିବାକୁ ତାଲିକା ପ୍ରସ୍ତୁତ କରାଯାଇଥିଵା ଜଣାଯାଇଛି।

ଏହି ଅପରାଧୀ ମାନଙ୍କୁ ସିଆରପିସି ୧୧୦ ରେ ଗିରଫ କରି ଜେଲ ପଠାଇଵା ସହିତ ୫ ଜଣଙ୍କୁ ତଡିପାର କରିଵାକୁ ପୋଲିସ୍ ଵ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଖୁବ୍ ଶୀଘ୍ର ଏହି ଧରପଗଡ ଅଭିଯାନ ଆରମ୍ଭ କରିବାକୁ ସମସ୍ତ ଥାନା ଅଧିକାରୀ ମାନଙ୍କୁ ଡିସିପି ପ୍ରତୀକ ସିଂହ ନିର୍ଦେଶ ଦେଇଛନ୍ତି। କଟକରେ ଗଣେଶ ପୂଜାଠାରୁ କାର୍ତ୍ତିକେୟ ବାଲିଯାତ୍ରା ପର୍ଯ୍ୟନ୍ତ ପୂଜା ଵଜାର ଲାଗିରହିଥାଏ। ଏହି ସମୟରେ ଜେଲରେ ଥିଵା ଅପରାଧୀ ମାନଙ୍କ ପତିଆରା ବୃଦ୍ଧି ପାଇଁ ଵାହାରେ ଥିଵା ସ‌ହଯୋଗୀ ଅପରାଧୀ ମାନେ ବିଭିନ୍ନ ଅପରାଧ ଘଟାଇ ଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ତାଲିକା ଅନୁସାରେ ବାଦାମବାଡ଼ି ଥାନା ଅଞ୍ଚଳରେ ସର୍ବାଧିକ ୩୪ ଜଣ ଅପରାଧୀଙ୍କ ନାଁ ରହିଥିଵା ବେଳେ ଚାଉଳିଆଗଞ୍ଜ ଥାନାରେ ୨୦,ଜଗତପୁରରେ ୧୧, ବିଡାନାସୀ ୭,କ୍ୟାଣ୍ଟନମେଣ୍ଟରେ ୧୧, ମଙ୍ଗଳାବାଗ ରେ ୭, ମାଲଗୋଦାମ ୧୦,ସଦର ଥାନା ରେ ୧୧,ଲାଲଵାଗରେ ୧୨, ପୁରୀଘାଟ ୭,ଚୈଦ୍ୱ।ର ୭,କନ୍ଦରପୁର ୬,ଦରଘାଵଜାର ୯, ମଧୁପାଟଣା ୬, ମର୍କତ ନଗର ୧୩ ଓ ସିଡିଏ ଥାନାରେ ୬ ଅପରାଧୀ ଙ୍କ ନାଁ ତାଲିକାଭୁକ୍ତ ହୋଇଛି। ପୂଜା ପୂର୍ବରୁ ତାଲିକାଭୁକ୍ତ ସମସ୍ତ ଅପରାଧୀଙ୍କୁ ସ୍ପେଶାଲ ଡ୍ରାଇଭଜରେ ଗିରଫ କରିବାକୁ ସମସ୍ତ ଥାନା ଓ ସ୍ପେଶାଲ ଓ ସ୍ପେଶାଲ ଷ୍କୁଆଡକୁ ନିର୍ଦେଶ ଦିଆଯାଇଥିଵା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.