ପାରାଦୀପ ୦୮/୦୯/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ବୁଧବାର ଦିନ ଆନ୍ତର୍ଜ୍ୟାତିୟ ସାକ୍ଷରତା ଦିବସ ନିରାଡମ୍ବ ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ସମିତି ର ସଭ୍ୟ ଓ ସଭ୍ୟା ମାନେ ପାରାଦୀପ ଅନ୍ତେବାସୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାମାରୀରେ ସମସ୍ତେ ସୁସ୍ଥ ରହିବାର କାମନା କରିଥିଲେ । ପ୍ରକାଶ ଥାଉକି, ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ଅକୁଣ୍ଠ ସହଯୋଗ ପାଇ ଦୀର୍ଘ ୨୯ବର୍ଷ ଧରି ପାରାଦୀପ ସାକ୍ଷରତା ସମିତି ସହରାଂଚଳରେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦନ କରିଆସୁଥିବା ବେଳେ ପାରାଦୀପ ଅଂଚଳରୁ ନିରକ୍ଷରତା ଦୂରୀକରଣ, ସ୍ଥାନୀୟ ମହିଳା ମାନଙ୍କୁ ଏକତ୍ରିତ କରି ବିଭିନ୍ନ ତାଲିମ ପ୍ରଦାନ କରି ସେମାନଙ୍କୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାରାଦୀପ ସାକ୍ଷରତା ସମିତିର ପ୍ରମୁଖ ସଫଳତା ଅଟେ । ସେହିପରି ପାରାଦୀପର ବିଭିନ୍ନ ବସ୍ତି ଅଂଚଳରେ ବସବାସ କରୁଥିବା ଶିକ୍ଷିତ ଗୃହିଣୀ ମାନଙ୍କୁ କମ୍ପୁ୍ୟଟର ଶିକ୍ଷା ପ୍ରଦାନର ଆଭିମୁଖ୍ୟ ନେଇ ସାକ୍ଷରତା ସମିତି ଅଦ୍ୟାବଧି ବାଲିଝରା, ଗୋପାଳଜୀଉ କଲୋନୀ, ମଧୁବନ, ନୂଆବଜାର ମୁକ୍ତେଶ୍ୱର ବସ୍ତି, ‘ଭି’ ପଏ କଲୋନୀ ଏବଂ ବଡପଡିଆ ପ୍ରମୁଖ ବସ୍ତି ଅଂଚଳରେ କମ୍ପୁ୍ୟଟର ପ୍ରଶିକ୍ଷଣ କେନ୍ଦ୍ର ମାନ ସ୍ଥାପନ କରି ଶତାଧିକ ମହିଳା ମାନଙ୍କୁ ଶିକ୍ଷା ପ୍ରଦାନ କରିସାରିଛି । ଓଡ଼ିଶା ସମାଚାର