ପାଟକୁରା, ୦୮/୦୯/୨୦୨୧(ଓଡ଼ିଶା ସମାଚାର)- ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ପାଟକୁରା କଂଗ୍ରେସ ତାର ସଂଗଠନକୁ ବଜବୁତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ସେଥିପାଇଁ ଆଜି ପାଟକୁରା କଂଗ୍ରେସ ପକ୍ଷରୁ ବଙ୍ଗାଳପୁର ପଂଚାୟତ ବନ୍ଧସାହିସ୍ଥିତ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟାଳୟରେ ଏକ କଂଗ୍ରେସ କର୍ମୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବଙ୍ଗାଳପୁର ପଂଚାୟତର ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିବାବେଳେ ଅନ୍ୟ ଦଳରୁ ୧୦ ରୁ ଉଦ୍ଧ୍ୱର୍ କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ରମାକାନ୍ତ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ ଆସନ୍ତା ପଂଚାୟତ ନିର୍ବାଚନରେ ଦଳ କିପରି ଗରଦପୁର ଓ ଡ଼େରାବିଶି ପଂଚାୟତ ସମିତି ଗଠନ କରିବା ସହ ସମସ୍ତ ୭ ଟି ଜିଲାପରିଷଦ ଓ ଅଧିକରୁ ଅଧିକ ୱାର୍ଡ଼ ସଭ୍ୟ ଓ ସରପଂଚ ,ସମିତି ସଭ୍ୟ ଜିତିବେ ସେ ନେଇ କର୍ମୀମାନଙ୍କୁ ଆହ୍ୱାନ ଦେବା ସହ ନିଯେ ସବୁ ସାଙ୍ଗଠନିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ଥିବା କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ କଂଗ୍ରେସ କମିଟି ସଭାପତି ଜ୍ୟୋତିରଂଜନ ପରିଡ଼ା, ଜିଲା କଂଗ୍ରେସ ଉପସଭାପତି ନୀରଂଜନ ରାଉତ, ଜିଲା ସମ୍ପାଦକ ସଂଗ୍ରାମ ପୃଷ୍ଟି ଯୋଗଦେଇ କର୍ମୀମାନଙ୍କୁ ଆସନ୍ତା ପଂଚାୟତ ନିର୍ବାଚନ ପାଇଁ ସଜାଗ ରହି ପାଟକୁରା ରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ମନ୍ତ୍ର ଦେଇଥିଲେ । ଏହି ଅବସରରେ ଗୌରାଙ୍ଗ ନାୟକ,ଶୁଶାନ୍ତ କୁମାର ସ୍ୱାଇଁ,ବିଜୟ କୁମାର ପ୍ରଧାନ,ଶଙ୍କର୍ଷଣ ସ୍ୱାଇଁ, ପ୍ରଭାତ ସାମଲ,ଶୁକଦେବ ସାମଲ , ସଂଜୟ ଜେନା,ବାମଦେବ ମଲିକ ପ୍ରମୁଖ କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି କଂଗ୍ରେସରେ ସାମିଲ ହୋଇଥିବା ଘୋଷଣା କରିଥିଲେ । ଏହି ବୈଠକରେ କଂଗ୍ରେସ କର୍ମୀ ଫକୀର ଲେଙ୍କା, ସରୋଜ କୁମାର ସାମଲ,ପ୍ରଦୀପ କୁମାର ଲେଙ୍କା, ଗୋଲକ ବିହାରୀ ସେଠୀ,ପ୍ରଦୀପ କୁମାର ମହାରଣା, ଅଶୋକ ଲେଙ୍କା,ମଧୁସୂଦନ ମହାନ୍ତି, ରଂଜନ ଦାସ, ଅଜୟ କୁମାର ନାୟକ, ରବିନ୍ଦ୍ରନାଥ ସାମଲ, ବାବୁନୀ ସାହୁ, ପ୍ରବୀର ମହାନ୍ତି, କବିପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର